ସହିଦନଗର ଦୁର୍ଗାପୂଜା ମଣ୍ଡପରେ ବ୍ରହ୍ମାକୁମାରୀଜ୍ ପକ୍ଷରୁ “ଚୈତନ୍ୟ ଦେବୀ ଝାଙ୍କି” ଆକର୍ଷଣର କେନ୍ଦ୍ରବିନ୍ଦୁ


ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ସହିଦନଗର: ଶାରଦୀୟ ଦୁର୍ଗାପୂଜା ଅବସରରେ ବ୍ରହ୍ମାକୁମାରୀଜ୍ ସବ୍-ଜୋନ୍, ୟୁନିଟ୍-୯, ଭୁବନେଶ୍ୱର ପକ୍ଷରୁ ସହିଦନଗର ଦୁର୍ଗାପୂଜା ମଣ୍ଡପରେ “ଚୈତନ୍ୟ ଦେବୀ ଝାଙ୍କି” ପ୍ରଦର୍ଶିତ ହୋଇ ଦର୍ଶନାର୍ଥୀଙ୍କ ପାଇଁ ଆଧ୍ୟାତ୍ମିକ ପ୍ରେରଣାର ଏକ ଅନନ୍ୟ ଆକର୍ଷଣ ପାଲଟିଛି। ଏହି ଝାଙ୍କି ମାଧ୍ୟମରେ ନବଦୁର୍ଗାଙ୍କ ବାହ୍ୟ ରୂପ ସହିତ ମନୁଷ୍ୟ ଆତ୍ମା ମଧ୍ୟରେ ନିହିତ ଦୈବୀ ଗୁଣ ଓ ଶକ୍ତିକୁ ଜାଗ୍ରତ କରିବାର ସନ୍ଦେଶ ପ୍ରଦାନ କରାଯାଉଛି। ରାଜଯୋଗ ଧ୍ୟାନ ଦ୍ୱାରା କାମ, କ୍ରୋଧ, ଲୋଭ,

ମୋହ ଓ ଅହଂକାର ପରି ଦଶ ବିକାର ଉପରେ ବିଜୟ ଲାଭ କରି ପ୍ରକୃତ “ବିଜୟାଦଶମୀ” ର ଅର୍ଥକୁ ଜୀବନରେ ସାକାର କରିବାର ପ୍ରେରଣା ଦିଆଯାଉଛି । ଝାଙ୍କି ପରିଦର୍ଶନ ସହିତ ଦର୍ଶନାର୍ଥୀମାନଙ୍କୁ ରାଜଯୋଗ ଧ୍ୟାନ, ଆଧ୍ୟାତ୍ମିକ ଜୀବନଶୈଳୀ ଓ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ସଚେତନ କରାଯାଉଛି ।

ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ଝାଙ୍କି ପରିଦର୍ଶନ କରି ଏହାର ଆଧ୍ୟାତ୍ମିକ ବାର୍ତ୍ତାକୁ ପ୍ରଶଂସା କରୁଛନ୍ତି । ବ୍ରହ୍ମାକୁମାରୀଜ୍ ପକ୍ଷରୁ ସମସ୍ତ ଭକ୍ତ ଓ ସାଧାରଣ ଜନତାଙ୍କୁ ସହିଦନଗର ଦୁର୍ଗାପୂଜା ମଣ୍ଡପକୁ ଆସି “ଚୈତନ୍ୟ ଦେବୀ ଝାଙ୍କି” ଦର୍ଶନ କରି ରାଜଯୋଗ ଧ୍ୟାନର ଆଧ୍ୟାତ୍ମିକ ଅନୁଭୂତି ଲାଭ କରିବାକୁ ଆହ୍ୱାନ କରାଯାଇଛି ।

 

Exit mobile version