ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଖଣ୍ଡପଡା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଅବସ୍ଥିତ ପୂଜା ମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଛନ୍ତି । ସପ୍ତମୀ ତିଥିରୁ ଏକାଧିକ ପୂଜା ମଣ୍ଡପରେ ମା’ ଙ୍କ ମୂର୍ତ୍ତି ପୂଜା ପାଉଥିବା ବେଳେ ନିକଟସ୍ଥ ଖଳିସାହି ଗ୍ରାମ ଶାରଦୀୟ ଦୁର୍ଗା ପୂଜା ଯୋଗୁଁ ଉତ୍ସବ ମୁଖର ହୋଇ ଉଠିଛି ।ଖଣ୍ଡପଡ଼ା ସହରର ସର୍ବ ପୁରାତନ ତଳସାହି ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ୭୫ ତମ ପୂଜା ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଛି ।

ମା’ ଙ୍କ ଦର୍ଶନ ନିମନ୍ତେ ସଂନ୍ଧ୍ୟା ସମୟରେ ସମସ୍ତ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।ରଙ୍ଗ ବେରଙ୍ଗର ଆଲୋକମାଳାରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠୁଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଏ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ଖଣ୍ଡପଡ଼ା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବସ୍ଥିତ ୧୦୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣୟ ମୂର୍ତ୍ତି ପୂଜା ପାଉଥିବା ଜଣାପଡିଛି । 

Exit mobile version