ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- କିଛିଦିନ ତଳେ ଖଣ୍ଡପଡା ସହରର ବିଭିନ୍ନ ସ୍ଥାନରୁ ଦୁବୃର୍ତ୍ତମାନେ ବାସଗୃହକୁ ସଂଯୋଗ କରାଯାଇଥ‌ିବା ପାଣି ପାଇପ ଲାଇନରୁ ଶହଶହ ମିଟର ଗୁଡିକ ଚୋରି କରି ନେଇଥିଲା ବେଳେ ଏବେ ମୁଖ୍ଯ ରାସ୍ତା ପାର୍ଶ୍ବରେ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଥିବା ଜଣାପଡିଛି ।

ଖଣ୍ଡପଡ଼ା ସହରର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ପାଣି ଚାମ୍ବର ଉପରେ ଗତ ୫ ଦିନ ତଳେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ୨ ଟି କୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି।ଖଣ୍ଡପଡ଼ା ସହରରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ବେଳକୁ ବେଳ ବୃଦ୍ଧି ପାଉଥିବାରୁ ସାଧାରଣରେ ଏ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ

ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ବଦନାମ କରିବା ପାଇଁ କେତେକ ଅସାମାଜିକ ଯୁବକ ବିଭିନ୍ନ ସମୟରେ ଏଭଳି କାରନାମା ଚଳାଇ ଆସୁଥିବା ନେଇ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ତ୍ରିଲୋଚନ ବେହେରାଙ୍କ ଠାରୁ ପ୍ରକାଶ । ତେବେ ଅସାମାଜିକ ଯୁବକଙ୍କ କାର୍ଯ୍ଯକଳାପ ପ୍ରତି ଖଣ୍ଡପଡ଼ା ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଥିବା ବେଳେ ଅସାମାଜିକ ଯୁବକ ମାନଙ୍କ କାରନାମା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଜଣାପଡିଛି । 

Exit mobile version