ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ

ଖୋରଧା (ଓଡିଶା ତାଜା ନ୍ୟୂଜ ) (ନି.ପ୍ର) ଜଟଣୀ :- ନବରାତ୍ର ଉପଲକ୍ଷେ ଖୋର୍ଦ୍ଧାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଭାରତୀୟ ପରମ୍ପରା, ସଂସ୍କୃତି ଓ ଲୋକନୃତ୍ୟର ମହତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଚେୟାରମ୍ୟାନ୍ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ବରିଷ୍ଠ ପରିଚାଳକ ସ୍ନେହାଞ୍ଜଳି ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ

ବିଶିଷ୍ଟ ମାହାରୀ ନୃତ୍ୟଶିଳ୍ପୀ ରୋଜାଲିନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ଡିନ୍ ବନଦୁର୍ଗା ଶାହାଙ୍କ ନିର୍ଦ୍ଦେଶନାରେ ଅନେଶ୍ୱତା ପଟ୍ଟନାୟକ ଓ ରଚିତା ସ୍ୱାଇଁଙ୍କ ସଂଯୋଜନାରେ ଛାତ୍ରୀମାନେ ଆକର୍ଷଣୀୟ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ନବରାତ୍ରରେ ଦାଣ୍ଡିଆ ନୃତ୍ୟର ପରମ୍ପରା ଓ ଏହାର ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ପାରମ୍ପରିକ ପୋଷାକ ପରିଧାନ କରି ସଙ୍ଗୀତର ତାଳେ ତାଳେ ହାତରେ ଦାଣ୍ଡିଆ କାଠି ଧରି ଛାତ୍ର,ଛାତ୍ରୀ ମାନେ ମନୋମୁଗ୍ଧକର ନୃତ୍ୟ ପ୍ରଦର୍ଶନ କରିଥିଲେ । ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ମଧ୍ୟ ସାମିଲ ହୋଇ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି ସହ ସାମୂହିକ ଅଂଶଗ୍ରହଣ ଓ ସାଂସ୍କୃତିକ ଏକତାର ବାର୍ତ୍ତା ପ୍ରସାରିତ ହୋଇଥିଲା  

Exit mobile version