ଖଣ୍ଡପଡା ସହର ପରିକ୍ରମା କରି ଶେଷ ହୋଇଛି ସୁଜଳ ରଥ

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍ ଏ ସି ର ସମସ୍ତ ୱାର୍ଡ ରେ ପାନୀୟ ଜଳର ସୁ ବିନିଯୋଗ ସହ ଜଳବାହିତ ରୋଗର କାରଣ ଓ ଭୟାବହତା ସଂର୍ପକରେ ସହରବାସୀଙ୍କୁ ସଚେତନ କରିବାର ମହତ ଲକ୍ଷ୍ୟ ନେଇ ଅକ୍ଟୋବର ମାସ ୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରି ସଫଳତା ପାଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କସହ ଜଳ ସ୍ବଚ୍ଛା ସାଥୀ ।

ଏହି ମହତ୍ କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ଙ୍କ ସହିତ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ସୁଜଳ ରଥ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଖଣ୍ଡପଡ଼ା ନଗର ର ୧୩ ଟି ୱାର୍ଡ ପରିକ୍ରମା କରିଛି ସୁଜଳ ରଥ । ଖଣ୍ଡପଡ଼ା ସହର ସମସ୍ତ ୱାର୍ଡ଼ ରେ ସୁଜଳ ରଥ ଗାନ୍ଧୀ ଜୟନ୍ତୀ ଅବସରରେ ରେ ପରିକ୍ରମା ଆରମ୍ଭ କରି ଶୁକ୍ରବାର ସଂଧ୍ୟାରେ ସୁଚାରୁରୂପେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଥିବା ଜଣାଯାଇଛି । ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ତ୍ରିଲୋଚନ ବେହେରା କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ସୁଜଳ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ

ଏଥିରେ ସ୍ବଚ୍ଛ ଜଳ ସାଥୀ ର କାର୍ଯ୍ୟରତ ଅଞ୍ଜଳି ଆଚାର୍ଯ୍ୟ, ପ୍ରମୋଦିନୀ ପ୍ରଧାନ ଙ୍କ ତତ୍ବାବଧାନରେ ସୁଚାରୁରୂପେ କାର୍ଯ୍ୟକ୍ରମ କୁ ସୁଜଳ ରଥ ଖଣ୍ଡପଡ଼ା ସହରର ୧୩ ଟି ଓ୍ବାର୍ଡ ପରିକ୍ରମା କରି ସହରରେ ଥିବା ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ସଚେତନତା ସୃଷ୍ଟି ପରିକ୍ରମା କରି ଶେଷ କରିଥିଲେ।ପାନୀୟ ଜଳର ଅପଚୟ ରୋକିବା,ଜଳର ସୁ ବିନିଯୋଗ କରି ଭବିଷ୍ୟତ ପିଢୀ ପାଇଁ ଜଳ ସଂରକ୍ଷଣ କରି ରଖିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Exit mobile version