ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ସ୍ଥାନୀୟ ୯ ନମ୍ବର ସ୍ଥିତ ରେଡକ୍ରସ ଭବନ ଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଉଦଘାଟକ ଭାବେ ପୂର୍ବତନ ମୁଖ୍ୟ ଉପଦେଷ୍ଟା ନିର୍ବାଚନ ଆୟୋଗ ଭାରତ ସରକାର ଡ଼କ୍ଟର ଭଗବାନ ପ୍ରକାଶ ଯୋଗଦାନ କରିଥିଲାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଡ଼କ୍ଟର ସିପ୍ରା ମଲ୍ଲିକ, ସତନ୍ତ୍ରଅତିଥି ଭାବେ ଡ଼କ୍ଟର ପଵିତ୍ର ମୋହନ ସାମନ୍ତରାୟ, (ଜାତୀୟ ସଭାପତି ରାଷ୍ଟ୍ରୟ ପତ୍ରକାର ମହାସଙ୍ଘ),, ଅନ୍ୟତମ ସ୍ବତନ୍ତ୍ର ଅତିଥିଭାବେ ପୂର୍ବତନ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ବାରିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ,

ଏଵଂ ଅନୁଷ୍ଠାନର ନିର୍ଦେଶକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାପାତ୍ର, ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ପ୍ରତିଷ୍ଠାତା ସମ୍ପାଦକ ପ୍ରତିକାର ଓଡ଼ିଆ ସମ୍ବାଦ ପାତ୍ର, ସଂମ୍ମାନିତ ଅତିଥି ଭାବେ ପୂର୍ବତନ ଛାତ୍ରସଭାପତି ତଥା ଉପଦେଷ୍ଟା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କର ଶ୍ରୀଯୁକ୍ତ ଶିଶିର କୁମାର ପରିଜା ଓ ବିଶିଷ୍ଠ ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ଡ଼କ୍ଟର ସୁଶାନ୍ତ ଦାସ ପୌରୋହତ୍ୱରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । ରାଷ୍ଟ୍ରନିର୍ମାଣରେ ଛାତ୍ର ଛାତ୍ରୀଙ୍କ ଭୂମିକା ବିଷୟ ବସ୍ତୁ ଉପରେ ବକ୍ତ୍ୟବ ପ୍ରଦାନ କରିଥିଲେ । ପ୍ରତିବର୍ଷ, ଅକ୍ଟୋବର ୧୫ ତାରିଖକୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ଭାବରେ ପାଳିନ ହୋଇଥାଏ ! ଆଉ ମଧ୍ୟ ବୈଜ୍ଞାନିକ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କର ଜନ୍ମବାର୍ଷିକୀ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ପାଳିତ ହୋଇଥାଏ,।

ଯାହା କି ପ୍ରସିଦ୍ଧ ମହାକାଶ ବୈଜ୍ଞାନିକ ତଥା, “ଭାରତର କ୍ଷେପଣାସ୍ତ୍ର ପୁରୁଷ” ଏବଂ ଭାରତର ୧୧ତମ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅଟେ ।ଯାହା କି ୧୫ ଅକ୍ଟୋବର ୧୯୩୧ ମସିହାରେ ସେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ ।ଶିକ୍ଷାଦାନ, ଯୁବ ସଶକ୍ତିକରଣ ଏବଂ ଶିକ୍ଷା ପ୍ରତି ତାଙ୍କର ଗଭୀର ପ୍ରେମକୁ ସମ୍ମାନ ଜଣାଇବା ପାଇଁ ତାଙ୍କ ଜନ୍ମବାର୍ଷିକୀକୁ ବିଶ୍ୱ ଛାତ୍ର ଦିବସ ଭାବରେ ବ୍ୟାପକ ଭାବରେ ପାଳନ କରାଯାଏ, ଯଦିଓ ଏହା ଏକ ଆନୁଷ୍ଠାନିକ ମିଳିତ ଜାତିସଂଘର ନିର୍ଦ୍ଦେଶ ପରିବର୍ତ୍ତେ ଏକ ଅଣଆନୁଷ୍ଠାନିକ ପାଳନ କରାଯାଉଛି !

ସର୍ବ ଶେଷରେ ଓଡିଶାର ପୁରପଲ୍ଲୀରୁ ବିଦ୍ୟାଳୟର ଅଧ୍ୟକ୍ଷ,ଶିକ୍ଷକ, ବିଦ୍ୱାନ, ସଚ୍ଛାସେବୀ, ଛାତ୍ରଛାତ୍ରୀ ସଂଗଠକଙ୍କୁ ଏପିଜେ ଅବଦୁଲ କାଲାମ ଗୌରବ ସ୍ମୁତି ସମ୍ମାନରେ ସମ୍ମାନିତ କରାଯାଇଥିଲା ! ଏଥିରେ ସମାଜ ଆଇନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ସେଠ, ସଂଗଠନର ସଦ୍ୟସ୍ୟ ଡ଼କ୍ଟର ସୌମିତ୍ର କର, ସମ୍ପାଦକ ଡ଼କ୍ଟର ପ୍ରମୋଦ କିଶୋର ପରିଡା, ଶଙ୍କର ବେହେରା, ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନା,ମୁକେଶ ସିଂହ, ହରେକୃଷ୍ଣ ବରାଳ, ଅଜିତ ସାହୁ ବିଦ୍ୟଧାର ମହାପାତ୍ର ଜାନକୀ ବଲ୍ଲ ଧଳ, ରାକେଶ ହୋତା, ସୁଶାନ୍ତ ରଣଜିତ,, ହେମନ୍ତ ସ୍ବାଇଁଙ୍କ ସମେତ,ଅନ୍ୟ ସଦ୍ୟସ୍ୟମାନେ ଯୋଗଦେଥିଲେ ।

Exit mobile version