ରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍‌ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ

ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :-  ରୋଟାରୀ କ୍ଲବ ନୟାଗଡ଼ ଏବଂ ଓକେସିଏଲ୍‌ର ମିଳିତ ଉଦ୍ୟମରେ ପିଏମ୍‌ଶ୍ରୀ ଏନ୍‌ଏସି ସରକାରୀ ହାଇସ୍କୁଲରେ ଏକ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ଖଣ୍ଡା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିବା ବେଳେ ରୋଟାରୀ କ୍ଲବର ସଭାପତି ଶ୍ରୀ ବାସୁଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଏଆଇର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

ଏଆଇ କିପରି ସେମାନଙ୍କ ଦକ୍ଷତା ବୃଦ୍ଧି, ପରୀକ୍ଷା ପ୍ରସ୍ତୁତି ଏବଂ ଭବିଷ୍ୟତରେ କ୍ୟାରିୟର ଗଠନରେ ସହାୟକ ହୋଇପାରିବ, ସେ ସମ୍ପର୍କରେ ଏକ ଉପସ୍ଥାପନା ମାଧ୍ୟମରେ ଆଲୋକପାତ କରିଥିଲେ। ଏହି ଅବସରରେ ଓକେସିଏଲ୍‌ର ସଂଯୋଜକ ଶ୍ରୀ ଅଜୟକାନ୍ତ ପୃଷ୍ଟି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କିପରି ଓକେସିଏଲ୍‌ ଦ୍ୱାରା ପ୍ରସ୍ତୁତ ଇ-କଣ୍ଟେଣ୍ଟକୁ ମାଗଣାରେ ବ୍ୟବହାର କରି ପାଠ ପଢ଼ିପାରିବେ, ସେ ସମ୍ପର୍କରେ ଏକ ଡେମୋ ପ୍ରଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ସାହୁଙ୍କ ସମେତ ପାଞ୍ଚ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ରୋଟାରୀ କ୍ଲବ ପକ୍ଷରୁ ବରିଷ୍ଠ ରୋଟାରିଆନ୍ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀ ଜି. ରଶ୍ମିରାଜ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ରୋଟାରୀ କ୍ଲବର ସମ୍ପାଦକ ଶ୍ରୀ ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version