ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଆମେରିକାର ୱାଶିଂଟନ ରାଜ୍ୟର ସିନେଟର ତଥା ବିଭିନ୍ନ ସହରର ମେୟରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୱାଶିଂଟନ ରାଜ୍ୟର ୧୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍-କିସ୍ ଇଜ୍ ୱାନ୍’ (କିଓ) ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୱାଶିଂଟନ୍ ରାଜ୍ୟର ସିନେଟର ଟିନା ଲୁଇସ୍ ଓରୱାଲ୍, କେଣ୍ଟ ସହରର ମେୟର ଦାନା ଲିନ୍ ରାଲ୍ଫ, ଟୁକ୍ୱିଲା ମେୟର ଥୋମାସ୍ ୱେନ୍ ମ୍ୟାକ୍ଲିଓଡ୍, ଇସାକ୍ୱାର ମେୟର ମାର୍କ ଡଗ୍ଲାସ୍ ମୁଲେଟ୍,
