ବିଶ୍ବ ହାତଧୁଆ ଦିବସ-୨୦୨୬ ପାଳିତ

କୋଣାର୍କ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ଜିଲ୍ଲା ଗୋପ ବ୍ଲକ କୋଣାର୍କ ନିକଟସ୍ଥ ଅନସରା ଗ୍ରାମର ରୁଦ୍ରାୟଣୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୋଲାର ଓ ଲିଭପିଓର ଫାଉଣ୍ଡେସନଙ୍କ ମିଳିତ ସ‌ହଯୋଗରେ ବିଶ୍ଵ ହାତଧୂଆ ଦିବସ ପାଳନ କରାଯାଇଅଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ହାତଧୁଆ ଦିବସର ଗୁରୁତ୍ବ ଉପରେ ସଚେତନତା ରାଲି ଅନସରା ଗ୍ରାମ ପରିକ୍ରମା କରିଥିଲା। ପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାନାମ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା ଏହି ସଭାରେ ସୋଲାର ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ,

ପ୍ରକଳ୍ପ ଅଧିକାରୀ ଚିତରଞ୍ଜନ ପରିଡା, ଏମ.ଇ. କନସୁଲଟାଂଟ ପୂର୍ଣ୍ଣଚନ୍ଦ୍ର ମହନ୍ତ, କ୍ଷେତ୍ର କର୍ମୀ ପ୍ରୀତିମଞ୍ଜରୀ ଦାଶ, ପ୍ରେମାନନ୍ଦ ସାମନ୍ତରାୟ, ଶିକ୍ଷୟତ୍ରୀ ନିବେଦିତା ସ୍ଵାଇଁ, କାହ୍ନୁରାମ ହଂସଦା, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଯୋଗଦେଇ ହାତଧୂଆ ଦିବସର ତାତ୍ପର୍ଯ୍ୟ, ଗୁରୁତ୍ବ ଓ ଛାତ୍ରଛାତ୍ରୀମାନେ ନିପରି ସର୍ବଦା ଏହାର ଅଭ୍ୟାସ ରଖିବେ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

କ୍ଷେତ୍ର କର୍ମୀ ପ୍ରୀତିମଞ୍ଜରୀ ଦାଶ ହାତଧୂଆର ଛଅ ଗୋଟି କୌଶଳ ଅଭ୍ୟାସର ପ୍ରଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ତ୍ରୀମାନଙ୍କୁ ତାହାର ଅଭ୍ୟାସ କରାଇଥିଲେ । ସୋଲାର ସମ୍ପାଦକ ତଥା ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳ ଳନା ଓ ପ୍ରଶମନ କମିଟିର ର ଆବାହକ ହରିଶ୍ଚନ୍ଦ୍ର ଦାଶ ଏହି ଅଭ୍ୟସକୁ ଜନସାଧାରଣମାନଙ୍କ ପାଖରେ ପଚାରିତ ଓ ପ୍ରସାରିତ କରିବା ପାଇଁ ଉଦ‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ବାରେ ସୋଲାର ଅନୁଷ୍ଠାନର କ୍ଷେତ୍ର କର୍ମୀ ଅକ୍ଷୟ କୁମାର ସ୍ଵାଇଁ ଓ ରସାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version