୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା

ଗୋପାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମନ ମୋହିଲା କଣ୍ଢେଇ ମେଳା

ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର  :- ଗୋପାଳପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ କଣ୍ଢେଇ ମେଳା ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ୬୦ଟି କଣ୍ଢେଇ ଆଣି ମେଳାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀ ରବିନାରାୟଣ ଦାଶ, ସଭାପତି ଶ୍ରୀ ଦେବାଶିଷ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁନୀଲ କୁମାର ତ୍ରିପାଠୀ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା । ବିଚାରକ ଭାବେ ଶ୍ରୀମତୀ ଅର୍ପିତା ମିଶ୍ର ଓ ଶ୍ରୀ ଗଣେଶ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ କଣ୍ଢେଇଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଲକ୍ଷ୍ମୀ ଦେଇ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ କିଶୋର ଚନ୍ଦ୍ର ଭଞ୍ଜ ଯୋଗଦେଇ ତିନୋଟି ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏଥିସହ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା । କଣ୍ଢେଇ ମେଳା ମାଧ୍ୟମରେ କୁନି କୁନି ପିଲାମାନଙ୍କ ସୃଜନଶୀଳତା, କଳାତ୍ମକ ପ୍ରତିଭା ଓ ଆତ୍ମବିଶ୍ୱାସର ବିକାଶ ପାଇଁ ଏକ ସୁନ୍ଦର ମଞ୍ଚ ସୃଷ୍ଟି ହୋଇଥିଲା ।

Exit mobile version