ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍‌ସନ୍ ଦାବିରେ ସରଗରମ ଭୁବନେଶ୍ୱର

ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର  :- ଦରମା ସଂଶୋଧନଠାରୁ ଆରମ୍ଭ କରି ପେନ୍‌ସନ୍, ଚିକିତ୍ସା ସୁବିଧା ଏବଂ କାର୍ଯ୍ୟଚାପ ହ୍ରାସ ଭଳି ଏକାଧିକ ପ୍ରମୁଖ ଦାବି ଉଠାଇଛି ସଂଘ। ଗ୍ରାମାଞ୍ଚଳରେ ଡାକ ସେବା ଯୋଗାଇବାରେ ଗ୍ରାମୀଣ ଡାକ ସେବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସେମାନଙ୍କର ଏହି ଯାଜ୍ଞବକ୍ୟ ଦାବିଗୁଡ଼ିକୁ ବିଭାଗୀୟ କର୍ତ୍ତୃପକ୍ଷ କେତେ ତତ୍ପରତାର ସହ ବିଚାର କରୁଛନ୍ତି,

ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ଓ ଦାବିଗୁଡ଼ିକ ଗ୍ରାମୀଣ ଡାକ ସେବକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଘ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗୁରୁବାର ଦିନ ଡିଭିଜନ୍ ଅଫିସ୍ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କର୍ମଚାରୀ ଯୋଗଦେଇଥିଲେ ।

ସଂଘର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ରହିଛି :-

* ବେତନ କମିଟି ଗଠନ : ଗ୍ରାମୀଣ ଡାକ ସେବକଙ୍କ ଦରମା, ଭତ୍ତା ଓ ସେବା ସର୍ତ୍ତର ବ୍ୟାପକ ସଂଶୋଧନ ପାଇଁ ଏକ ପୃଥକ ନ୍ୟାୟିକ ବେତନ କମିଟି ଗଠନ କରାଯାଉ ।

* ବେତନ ଆୟୋଗ : ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗରେ ଗ୍ରାମୀଣ ଡାକ ସେବକଙ୍କୁ ସାମିଲ କରାଯାଉ ।

* ସାମାଜିକ ସୁରକ୍ଷା: ପେନ୍‌ସନ୍, ଗ୍ରାଚ୍ୟୁଇଟି, ଚିକିତ୍ସା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧାରେ ଉନ୍ନତି ଅଣାଯାଉ ।

* କାର୍ଯ୍ୟଚାପ ହ୍ରାସ : ଅବାସ୍ତବ ଟାର୍ଗେଟ୍ ଏବଂ ଅତ୍ୟଧିକ କାର୍ଯ୍ୟଚାପକୁ ବନ୍ଦ କରାଯାଉ ।

* ଅନ୍ୟାନ୍ୟ ଦାବି : ଡାକଘରଗୁଡ଼ିକରେ ଭିତ୍ତିଭୂମିର ବିକାଶ, କାର୍ଯ୍ୟଭାର ଅନୁଯାୟୀ କର୍ମଚାରୀ ନିଯୁକ୍ତି ଏବଂ ଦୀର୍ଘଦିନ ଧରି ପଡ଼ିରହିଥିବା ଅନ୍ୟାନ୍ୟ ଦାବିଗୁଡ଼ିକର ଶୀଘ୍ର ସମାଧାନ କରାଯାଉ ।

ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ ଓ ଆନ୍ଦୋଳନ ପରିଚାଳନା ଏହି ଧାରଣା କାର୍ଯ୍ୟକ୍ରମରେ ଓଡିଶା ଡାକ ପରିମଣ୍ଡଳ ସମ୍ପାଦକ ସାଥି ଶରତ କୁମାର ମାନସିଂହ, ଭୁବନେଶ୍ୱର ଡାକ ମଣ୍ଡଳ ସମ୍ପାଦକ ଘନଶ୍ୟାମ ପଣ୍ଡା ଏବଂ ଓଡିଶା ଡାକ ପରିମଣ୍ଡଳ ସାଙ୍ଗଠନିକ ସମ୍ପାଦକ ଖଗେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ପରିଚାଳନା ଓ ସମର୍ଥନ ଜଣାଇଥିଲେ । ଏହାଛଡ଼ା ପ୍ରଫୁଲ୍ଲ କୁମାର ନନ୍ଦ, ନିମାଇଁ ଚରଣ ଦାସ, ବସନ୍ତ କୁମାର ବେହେରା, କୃତିବାସ ଆଚାର୍ଯ୍ୟ, ଦେବାଶିଷ ସାହୁ, ଗଦାଧର ଯାଦବ ଏବଂ ବିଚିତ୍ରାନନ୍ଦ ପାତ୍ର (ଉପସଭାପତି) ପ୍ରମୁଖ ଅନ୍ୟାନ୍ୟ ସାଥିମାନେ ମଧ୍ୟ ଉପସ୍ଥିତ ଥିଲେ ।

Exit mobile version