ଭୁବନେଶ୍ୱର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚିକିତ୍ସା ବିଜ୍ଞାନର ଉନ୍ନତ କୌଶଳ, ଅଭିଜ୍ଞତା ଓ ନିଷ୍ଠାର ଆଉ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ । ଏକ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ କଟି ଶରୀରରୁ ଅଲଗା ହୋଇଯାଇଥିବା ଜଣେ ୩୭ ବର୍ଷୀୟ ଯୁବକଙ୍କ ବାମ ହାତକୁ ଦୀର୍ଘ ୬ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ପୁନଃ ସଂଯୋଗ କରିବାରେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ସଫଳ ହୋଇଛନ୍ତି । ଚିକିତ୍ସା ପରେ ଯୁବକ ଜଣକ ହସ୍ପିଟାଲରୁ ନିଜ ଘରକୁ ଫେରିଛନ୍ତି । ଘଟଣାଟି ଗତ ସେପ୍ଟେମ୍ବର ୧ ତାରିଖ ସକାଳେ ସମ୍ବଲପୁରରେ ଘଟିଥିଲା । ଘାସ କାଟିବା ପାଇଁ ବ୍ୟବହୃତ ଏକ ମେସିନ୍ ଚଳାଉଥିବା ସମୟରେ ଯୁବକଙ୍କ ବାମ ହାତ ମେସିନ୍ରେ ପଶିଯାଇଥିଲା ।
