ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୂଜ ) ନି.ପ୍ର  :- ଖଣ୍ଡପଡ଼ା ଭାପୁର ବ୍ଲକ ଅନ୍ତର୍ଗତ ବାଇ ଗୁଣିଆ ଗ୍ରାମପଞ୍ଚାୟତର ନୂଆ ପଲ୍ଲୀ ରାସ୍ତା ପାର୍ଶ୍ବରେ ଥିବା ପୋଖରୀ ଭିତରେ ଦୀର୍ଘ ବର୍ଷ ଧରି ଏକ ଟ୍ରାନ୍ସ ଫର୍ମର ଖୋଲା ଅବସ୍ଥାରେ ବିଦ୍ୟୁତ ସେବା ଯୋଗାଇ ଯନସାଧାରଣଙ୍କ ଠାରୁ ଟଙ୍କା ନେଉଛନ୍ତି । କିନ୍ତୁ ଖୋଲା ମେଲା ହୋଇଥ‌ିବାରୁ ଏହି ଗ୍ରାମ ର ସମସ୍ତ ଜନସାଧାରଣ ଓ ଗାଈ ପଶୁଙ୍କ ପ୍ରତି ବିପଦ ଥିବା ରୁ ବହୁତ ଥର ବିଦ୍ୟୁତ ବିଭାଗରେ ଜଣାଇ ଥିଲେ ମଧ୍ୟ ଏଠାରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ I

ଟ୍ରାନ୍ସ ଫର୍ମରଟିର ଚତୁଃପାର୍ଶ୍ବରେ ସୁରକ୍ଷାବାଡ ବ୍ୟବସ୍ଥା କିମ୍ବା ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି I ଖୋଲା ଅବସ୍ଥା ରେ ରହିଥ‌ିବା ବେଳେ ସମସ୍ତ ଜନସାଧାରଣ ଙ୍କ ପାଇଁ ବିପଦ ଥୂବା ରୁ ବିଦ୍ୟୁତ ବିତରଣ ବିଭାଗ ପକ୍ଷକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଦାବିକୁ ପ୍ରଶାସନକୁ ଜଣାଇଛନ୍ତି । ଅସୁରକ୍ଷିତ ଟ୍ରାନ୍ସଫର୍ମର, ସୁରକ୍ଷା ପ୍ରାଚୀର ନିର୍ମାଣ, ଅନ୍ୟତ୍ର ସ୍ଥାନାନ୍ତରିତ ଦାବିନେଇ ଗ୍ରାମବାସୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।

ଖୋଲାମେଲାରେ ଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦର କାରଣ ହୋଇଥିବା ବେଳେ ସହିପରି ନୂଆ ପଲ୍ଲୀ ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ଙ୍କ ଅଭିଯୋଗ କରିଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀକୁ । ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପାଇଁ ନୂଆ ପଲ୍ଲୀ ବାସି ଅଭିଯୋଗ କରି ଆସୁଛନ୍ତି । ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଉକ୍ତ ରାସ୍ତାଦେଇ ଦୈନିକ ଯାତାୟାତ ଜନସାଧାରଣଙ୍କ ସମେତ ବହୁ ଗୋରୁଗାଈ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାତାୟତ ବେଳେ ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ପ୍ରତି ମୁହୂର୍ତ୍ତରେ ଅଘଟଣ ର ଆଶଙ୍କା ରହୁଛି । ତେଣୁ ବିଦ୍ୟୁତ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ବରେ ସୁରକ୍ଷା ପ୍ରାଚୀର ନିର୍ମାଣ, କିମ୍ବା ଅନ୍ୟତ୍ର ସ୍ଥାନାନ୍ତରିତ କରିବା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Exit mobile version