ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ବ୍ରହ୍ମପୁର :- ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ବିଶ୍ବ ଗୁରୁ ଦିବସ ଅବସରରେ ଜାତି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିପ୍ରେକ୍ଷୀରେ ଗଂଜାମ ଓ ଗଜପତି ଜିଲ୍ଲାର ୯ ଜଣ ଶିକ୍ଷକଙ୍କୁ ଉତ୍ତରୀୟ ଓ ମାନ ପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମାନ ପ୍ରଦାନ ଉତ୍ସବରେ ସଂପାଦକ କାମରାଜୁ ମହାରଣା କ୍ଳବର ବିଭିନ୍ନ ସମାଜ ସେବୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହି ଥଲେ । ଏହି
ସମାରୋହରେ ଗଗନ କୁମାର ଗୌଡ, ଦୁର୍ଗା ମାଧବ ମହାରଣା, ଗୀତାଞ୍ଜଳୀ ତ୍ରିପାଠୀ, ଅଞ୍ଜନାଶ୍ରୀ ବାଡତ୍ୟା, ବସନ୍ତ କୁମାର ନାହାକ,ଉଷାରାଣୀ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ପାତ୍ର, କୋରା ମହାରଣା ଓ ଅନ୍ତର୍ଯ୍ୟାମୀ ଗୌଡଙ୍କୁ ସମ୍ମାନୀତ କରାଯାଇଥିଲା । ଏଥି ପୂର୍ବରୁ ୨୨ ଜଣ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଛି । ମୋଟରେ କ୍ଳବ ତରଫରୁ ୩୧ ଜଣ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇ ରୋଟାରୀ ଜିଲା-୩୨୬୨ରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ସୁପର ଷ୍ଟାର କ୍ଳବ ମାନ୍ୟତା ପାଇଁ ଯୋଗ୍ୟତା ହାସଲ କରିଥିବା କଥା ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସମ୍ମାନ ପ୍ରଦାନ ଉତ୍ସବକୁ ରୋଟାରୀଆନ୍ ହୃଷିକେଶ ପ୍ରଧାନ ସଂଯୋଜନା କରିଥିଲେ । କ୍ଳବର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ । ( ରିପୋର୍ଟ -ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
