ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) :- ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମ ନିକଟସ୍ଥ ଚନ୍ଦ୍ର କପିଳେଶ୍ଵର ମନ୍ଦିର ଠାରେ ଦୁଇଟି ବାଲି ବୋଝେଇ ଟ୍ରାକଟର ଜବତ କରିଛି ଆସ୍କା ଥାନା ପୋଲିସ । ସୂଚନା ଅନୁଯାୟୀ ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଥାନା ଏସ.ଆଇ ଅମର କାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକଟର ନମ୍ବର ଓଡି୦୭ ଏଫ୍ ୩୫୨୧ଓ ଓଡି ୩୨ ୨୦୬୭ କୁ ଅଟକାଇ ଥିଲେ । ବେଆଇନ ବାଲି ଚାଲାଣ ଅଭିଯୋଗରେ ଦୁଇ ଟ୍ରାକଟର ଜବତ କରିବା ସହ ଡ୍ରାଇଭର ସନ୍ତୋଷ ପ୍ରଧାନ ଏବଂ ସନ୍ୟାସୀ ନାହାକଙ୍କୁ ଆସ୍କା ଥାନା କେଶ ନମ୍ବର ୫୦୨/୨୦ ରେ ଗିରଫ କରି ୩୭୯/୪୨୦/୩୪ ଆଇ ପି ସି ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି । ( ରିପୋର୍ଟ -ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ବାଲି ବୋଝେଇ ଟ୍ରାକ୍ଟର ଜବତ , ୨ଗିରଫ

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ
by
Proprietor Abhimanyu Maharana
September 29, 2026
କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ
by
Proprietor Abhimanyu Maharana
September 29, 2026
ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ
by
Proprietor Abhimanyu Maharana
September 29, 2026
ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ଯ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ
by
Proprietor Abhimanyu Maharana
September 29, 2026
ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା
by
Proprietor Abhimanyu Maharana
September 29, 2026
ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ
by
Proprietor Abhimanyu Maharana
September 28, 2026