ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

ନୟାଗଡ଼  (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ନୟାଗଡ଼ ବ୍ଲକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ପୌରପରିଷଦ ଅଧ୍ୟକ୍ଷl ନିରୂପମା ଖଟେଇ , ବିଡ଼ିଓ ଐଶ୍ୱର୍ଯ୍ୟା ଭୂୟାଁ ଓ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ।

ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଭିନ୍ନକ୍ଷମମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୨୯ ଟି ପଞ୍ଚାୟତରୁ ମୋଟ ୧୩୦ ଜଣ ପଞ୍ଜୀକୃତ କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୪୪ ଜଣ ଚିହ୍ନଟ ହେଇଥିବା ବେଳେ, ଶ୍ରବଣବlଧିତ ବିଭାଗରେ ୩୯ ଜଣ, ଦୃଷ୍ଟିବାଧିତ ବିଭାଗରେ ୩୩ ଜଣ, ମାନସିକ ଅନଗ୍ରସର ବିଭାଗରେ ୯ ଜଣ ଏବଂ ବହୁବିଧ ଭିନ୍ନକ୍ଷମ ବିଭାଗରେ ୫ ଜଣ ଚିହ୍ନଟ ହେଇଥିଲେ ।

 

ଉକ୍ତ ଶିବିରରେ ୨ ଜଣଙ୍କୁ ହୁଇଲଚେୟାର ଓ ୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରିତମ କୁମାର ମହାରଣା ପରିଚାଳନା କରିଥିବା ବେଳେ ଶୁଭସ୍ମିତା ବରାଡ ଓ ସରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version