ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ଗଣିଆ ବ୍ଲକ୍‌ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପରେ ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଶ୍ରୀମତୀ ମଧୁମିତା ରଥ ଏବଂ ମାନନୀୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ବଡ଼ସିଲିଙ୍ଗାସ୍ଥିତ ସରକାରୀ ସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀକକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ, ଦୈନନ୍ଦିନ ଜୀବନ ଓ ବିଦ୍ୟାଳୟରେ ସେମାନେ ପାଉଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ବିଶେଷକରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଓ ନିୟମିତତା, ସେମାନଙ୍କ ସୁରକ୍ଷା ଓ ନିରାପତ୍ତା, ଆବଶ୍ୟକୀୟ ଭିତ୍ତିଭୂମି, ବିଦ୍ୟାଳୟର ଶୃଙ୍ଖଳା ଓ ଅନ୍ୟାନ୍ୟ ମୌଳିକ ବ୍ୟବସ୍ଥା ସମ୍ପର୍କରେ ସେମାନେ ଛାତ୍ରଛାତ୍ରୀଙ୍କଠାରୁ ସିଧାସଳଖ ତଥ୍ୟ ନେଇଥିଲେ। ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ଓ ବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ବିଷୟ ଅବଗତ କରାଇଥିଲେ ।

ଏହାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସାମଗ୍ରିକ ପରିବେଶ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଆବାସିକ ବ୍ୟବସ୍ଥା, ଖାଦ୍ୟ, ସୁରକ୍ଷା, ଶୃଙ୍ଖଳା ଓ ଭିତ୍ତିଭୂମି ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ, ସୁସ୍ଥ ଓ ଶୃଙ୍ଖଳିତ ପରିବେଶରେ ଶିକ୍ଷାଲାଭ ନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଗୁରୁତ୍ୱ ଦେଇଥିଲେ ।

Exit mobile version