କୁଞ୍ଜ ବିହାରୀ ପ୍ରଧାନଙ୍କ ନିଃସ୍ବାର୍ଥ ପର ସେବା

ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ରାଜାପଡା କୁଞ୍ଜ ବିହାରୀ ପ୍ରଧାନ ବୟସ ୫୨ । ଆଜକୁ ଦୀର୍ଘ ୩୦ ବର୍ଷ ହେବ ସେ ସେବା ମନୋଭାବ ରଖି ନିଃସ୍ବାର୍ଥ ପର ଭାବେ ଲୋକଙ୍କ ସେବା କରି ଶବ ବାହକ ର କାର୍ଯ୍ୟ ତୁଲାଇ ଆସୁଛନ୍ତି । ତାଙ୍କ ନିଜସ୍ୱ ଏକ ପୁରୁଣା ଟ୍ରେକର ଯେଉଁଥିରେ ପରିବାର ତାଙ୍କ ପରିବାର ପୋଷଣ କରନ୍ତି । ସେହି ଟ୍ରେକରରେ ସେ ଶବ ବାହକ ର କାମ କରି ଗରୀବ, ଅସହାୟ , ନୀରିହ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଏପରିକି ପଦ୍ମପୁର ଉପଖଣ୍ତ ଅଞ୍ଚଳର ଯେ କୌଣସି ସ୍ଥାନରୁ ଯେ କୌଣସି ମୂହୁର୍ତ୍ତ ରେ ଯେମିତି ହେଉ ଯେତେ ଦିନର ପଚା ଶବ ହେଉ ତାକୁ ସ୍ଥାନାନ୍ତର କରିବା ପାଇଁ ବାହାକ କାର୍ଯ୍ୟ କରିବା ପାଇଁ ସାମାନ୍ୟ କୁଣ୍ଠାବୋଧ ନ କରି ଚାଲି ଯାଇଥାନ୍ତି କୁଞ୍ଜ ଭାଇ ସମୟ ସମୟରେ ପରିସ୍ଥିତି କୁ ଦେଖି ନିଜ ହାତରୁ ଟ୍ରେକରରେ ତେଳ ପକେଇ ମଧ୍ୟ ବିନା ଭଡାରେ ସେବା କରିବାକୁ ପଶ୍ଚାତାପ କରି ନଥାନ୍ତି ।

କୁଞ୍ଜ ଭାଇର ଟ୍ରେକର ରୋଡ ଉପରେ ଗଲେ ଯେ କୌଣସି ଲୋକ ଜାଣି ଯାଆନ୍ତି ଯେ ସେ କୌଣସି ଯାଗାରୁ ଶବ ବୋହିବା କୁ ଯାଉଛନ୍ତି । ଯେଉଁ ସମୟରେ ସରକାରଙ୍କ ଦ୍ବାରା କୌଣସି ମହା ପ୍ରୟାଣ ର ସେବାର ସୁବିଧା ନଥିଲା ସେତେ ଦିନରୁ ସେ ଏହି ସେବା କୁ କର୍ତ୍ତବ୍ୟ ରୂପେ ପାଳନ କରି ଏକ ମହାନତା ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ କରୋନା ର ଭୟରେ ନିଜ ଘର ପରିବାର ନିଜ ସଂପର୍କୟ ର ଶବକୁ ଛୁଇଁବା କୁ ଘୃଣା କରୁଥିବା ବେଳେ ସେଥିପ୍ରତି କୁଞ୍ଜ ଭାଇ ଖାତି ନ କରି ଆଗେଇ ଚାଲିଛନ୍ତି ” ସେବା ହିଁ ଧର୍ମ ଓ କର୍ମ ” ବୋଲି ମାନି ନେଇଛନ୍ତି । ତାଙ୍କର ପରିବାରରେ ସ୍ତ୍ରୀ, ଦୁଇ ଝିଅ ,ଜଣେ ପୁଅ କୁଞ୍ଜ ବିହାରୀ ପ୍ରଧାନଙ୍କ ପରିବାର ମଧ୍ୟ ସେବା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତାଙ୍କର ଏହି ସେବା ମନୋଭାବ ତାଙ୍କୁ ସେବାରେ ମହାନତା ବ୍ଯକ୍ତିର ପରିଚୟ ସୃଷ୍ଟି କରିଛି । ଆଜିର ସମାଜ ମଧ୍ୟରେ ଏହି ସେବକ ସେବାକୁ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କଲେ କୁଞୀ ବିହାରୀ ପ୍ରଧାନଙ୍କ ମନରେ ହସ ଦେଇ ପାରନ୍ତା ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version