ବରଗାଁ ସମିତି ସଭ୍ୟ ଶ୍ରୀ ଶିବ ନାହାକଙ୍କୁ ନିଖିଳ ଆଳିଆ ସମାଜର କେନ୍ଦ୍ର ସଦସ୍ୟ ରୂପେ ମନୋନୀତ

ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) :- ନିଖିଳ ଆଳୀୟ ଖଣ୍ଡାୟତ ସମାଜର ମାନ୍ୟବର କୂଳପତି ଶ୍ରୀଯୁକ୍ତ ପହଲ୍ଲାଦ ଲେଙ୍କା ସମାଜର ସଂଗଠନକୁ ସୁଦୁଢ କରିବା ନିମନ୍ତେ ବରଗାଁ ସମିତି ସଭ୍ୟ ଶ୍ରୀ ଶିବ ନାହାକଙ୍କୁ କେନ୍ଦ୍ର ସଦସ୍ୟ ରୂପେ ମନୋନୀତ କରିଛନ୍ତି l ଏଥିପାଇଁ ଶ୍ରୀ ଶିବ ନାହାକଙ୍କୁ ବରଗାଁ ମଣ୍ଡଳ ସଭାପତି ପବିତ୍ର ଲେଙ୍କାଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଚି l ନିଖିଳ ଆଳୀୟ ଖଣ୍ଡାୟତ ସମାଜର ସଭାରେ ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ, ଉପ ସଭାପତି ଖଲି ପରିଡା,ସଂଗଠନ ସମ୍ପାଦକ ମୁନା ବାରିକ,

କୋଷାଧକ୍ଷ ମନୋଜ ପରିଡା, ସହ ସମ୍ପାଦକ ଧନୁଧର ସାମଲ, କାମଗଡ଼ ମଣ୍ଡଳ ସଭାପତି ରାଜେନ୍ଦ୍ର ମଲ୍ଲ, ଗହଙ୍ଗୁ ମଣ୍ଡଳ ସଭାପତି ଭଗବାନ ମହାନ୍ତି, ଖଲିଙ୍ଗି ମଣ୍ଡଳ ସଭାପତି ଭଗବାନ ରାଉତ, ଜକର ମଣ୍ଡଳ ସଭାପତି କବିରାଜ ମହାନ୍ତି, ନାଟେଙ୍ଗା ମଣ୍ଡଳ ସଭାପତି ଦିବ୍ୟ ଲୋଚନ ବିଶ୍ୱାଳ, ସିଆଳିଆ ମଣ୍ଡଳ ସଭାପତି କନ୍ଧେଶ୍ଵର ବିଶ୍ୱାଳଙ୍କ ଉପସ୍ଥିତିରେ ଶ୍ରୀ ଶିବ ନାହାକ ନିଖିଳ ଆଳିଆ ସମାଜର କେନ୍ଦ୍ର ସଦସ୍ୟ ରୂପେ ମନୋନୀତ କରା ଯାଇଥିଲା l ( ରିପୋର୍ଟ -ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version