ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ


ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନି.ପ୍ର) :- ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ସମିତି ମିଳିତ ଆନୁକୂଲ୍ୟରେ ରବିବାର ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ବିଜୁ ପଟ୍ଟନାୟକ ପାଠାଗାର କକ୍ଷରେ ସାହିତ୍ୟିକ ଆଲୋଚନା, କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ର ଶେଖର ହୋତା ଓ ଓଡିଆ ଭାଷା ସାହିତ୍ୟ ସମିତି ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବ୍ରହ୍ମାକୁମାର ନିତ୍ୟାନନ୍ଦ ସାହୁ ଅଧ୍ୟକ୍ଷତା କରିଥିଲେ। ଡଃ ହରିହର ଦାସ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ଶରତ ଚନ୍ଦ୍ର ପାଠୀ,

ଡଃ ହରେକୃଷ୍ଣ ନାୟକ ଓ ଡଃ ଅନନ୍ତରାମ କର କୌଣ୍ଡିନ୍ୟ ଉପସ୍ଥିତ ଥିଲେ। ଦ୍ୱିତୀୟ ଅଧିବେଶନରେ ପ୍ରତିଷ୍ଠାତା ସଭାପତି ଆକାଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ତା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ “ପଦ୍ମବନର ନାୟକ” ଓ “ମନୋରମା” ପୁସ୍ତକ ସମୀକ୍ଷ କରିବା ପରେ “ତୁମେ ଭାବସିନ୍ଧୁ” ଓ “କୃପାମୟୀ ମା ଶ୍ୟାମଲାଇ” ଭଜନ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତୃତୀୟ ଅଧିବେଶନରେ ରିତାଞ୍ଜଳି ମିଶ୍ର, ନୃସିଂହ ପ୍ରସାଦ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଅଧ୍ୟାପକ ସଞ୍ଜୟ କୁମାର ଷଢ଼ଙ୍ଗୀ ପ୍ରମୁଖ କବିତା ପାଠୋତ୍ସବରେ ଉପସ୍ଥିତ ଥିଲେ। କାର୍ଯ୍ଯକ୍ରମକୁ ସମ୍ପାଦକ ଚିନ୍ମୟ ପୋଲେଇ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଶିବରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version