ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ବର୍ଷା ଯୋଗୁଁ ମାସ ମାସ ଧରି ସାହି ରାସ୍ତାରେ ଜମୁଛି ନର୍ଦ୍ଦମା ଜଳ । ଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାର ଜଳ ନିଷ୍କାସନ ହେଉନଥିବାରୁ ଅନେକ ଘର ଆଗରେ ଅପରିଷ୍କାର କାଦୁଅ ପାଣିରେ ଗ୍ରାମର ଜନସାଧାରଣ ହନ୍ତସନ୍ତ କଥା ନ କହିବା ଭଲ। ଏହି ପରିସ୍ଥିତି ବାବଦରେ ସ୍ଥାନୀୟ ବାସିନ୍ଦା ବ୍ଳକ ପ୍ରଶାସନ‌କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଖଣ୍ଡପଡ଼ା ବ୍ଳକ ମର୍ଦ୍ଦରାଜ ପୁର ପଞ୍ଚାୟତ ଅଧୀନ ପୁରୁଣା ସାହି ଦେଇ ଯିବାକୁ ନାକ ଟେକିଲେଣି ଅଞ୍ଚଳ ବାସିନ୍ଦା।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ମୁତାବକ ପରୁଣା ସାହିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୈଳେନ୍ଦ୍ର ରାଉତଙ୍କ ଘର ସାମ୍ନାରେ ବର୍ଷ ବର୍ଷ ଧରି ନର୍ଦ୍ଦମା ଜଳ ଜମା ହେଉଥିବା ବେଳେ ନିଷ୍କାସନ ନିମନ୍ତେ ବ୍ୟବସ୍ଥା ନାହିଁ । ଫଳରେ ରାସ୍ତା ଦେଇ ଯିବାକୁ ସାହି ଲୋକେ ନାନା ହନ୍ତସନ୍ତ ହେଉଥିବା ଦେଖୁବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଜାଗା ଛାଡ଼ୁନଥିବାରୁ ନର୍ଦ୍ଦମା ଜଳ ନିଷ୍କାସନରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ନର୍ଦ୍ଦମା ଜଳ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହିତ ଲୋକେ ଦହଗଞ୍ଜ ହେଉଥିବା ଅଭିଯୋଗ ହୋଇଛି ।

ଘଟଣା ବାବଦରେ ସ୍ଥାନୀୟ ବାସିନ୍ଦା ବ୍ଳକ ବିଡିଓ ଏବଂ ବିଧାୟକଙ୍କୁ ଗୁହାରି କରିବାର ଦୀର୍ଘଦିନ ବିତିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇନାହିଁ। ସ୍ଥିତି ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଜଣାଇଛନ୍ତି । ସେହିପରି ବୋଦଶା ଗ୍ରାମ ଶିବମନ୍ଦିର ରାସ୍ତାରେ ଅପରିଷ୍କାର ପାଣି ବର୍ଷବର୍ଷ ଧରି ଜମା ହେଉଛି. ଡ୍ରେନ୍ ନଥିବାରୁ ମୁଖ୍ୟ ରାସ୍ତା ଉପରେ ନର୍ଦମା ପାଣିର ସୁଅ ଛୁଟିବା ସହ ରାସ୍ତା ପିର୍ଶ୍ୱରେ ଵାସଗୣହ ନିର୍ମାଣ କରି ରହିଥିବା ସ୍ଥାନୀୟ ଜନ ସାଧାରଣ ନାହିନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି

ଏଭଳି ଏକ ସମସ୍ୟା ମଧ୍ୟଦେଇ ଗତିକରୁଛନ୍ତି. ଵୋଦସା ଗ୍ରାମର ସ୍ଥାନୀୟ ଵାସିନ୍ଦାମାନେ. ରାସ୍ତା ମଝିରେ ନର୍ଦ୍ଦମା ପାଣି ନିଷ୍କାସନ ନିମନ୍ତେ ସେଭଳି କୈଣସି ଡ୍ରେନଜ୍ ଵ୍ୟବସ୍ଥା ନାହିଁ. ପରିସ୍ଥିତି ଦୣଷ୍ଟିରୁ ଅଞ୍ଚଳ ଵାସୀ ଉକ୍ତ ରାସ୍ତା ଦେଇ ଯାତାୟାତ କଲାଵେଳେ ନର୍ଦ୍ଦମା ପାଣି ମଧ୍ୟଦେଇ ଯାତାୟତ କରୁଥିବାରୁ ଏନେଇ ତ୍ରୀଵ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ତେବେ ସମସ୍ୟାର ସମାଧାନ ନିମନ୍ତେ ଵାରମ୍ଵାର ପ୍ରଶାସନ ଦୣଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୗଣସି ସୁଫଳ ମିଳୁ ନଥିବା ଅଞ୍ଚଳ ଵାସୁ ଅଭିଯୋଗ କରିଛନ୍ତି. ତେବେ ଏଥିପ୍ରତି ଵୋଦସା ପଞ୍ଚାୟତ କର୍ତ୍ତ୍ଵପକ୍ଷ ଦୃଷ୍ଟିଦେଇ ତ୍ଵରିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସାଧାରଣ ରେ ଦାଵୀ ହେଉଛି l

Exit mobile version