ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା “ମୋ ପରିବାର”


ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ରାମଚନ୍ଦ୍ର ପୁର ସ୍ଥିତ ମା’ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ”ମୋ ପରିବାର” ସଦାସର୍ବଦା ନିଆରା ପ୍ରୟାସ କରି ଚାଲିଛି l ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ପହଞ୍ଚି ଥିଲେ ସୁଆଣ୍ଡୋରେ,ପ୍ରଥମେ ଗୋପବନ୍ଧୁ ଙ୍କ ଜନ୍ମ ଗୃହକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ବିଷୟରେ କିଛି ପ୍ରଶ୍ନ ପଚାରି ଥିଲେ ଏବଂ ସମାଜରେ ସେବା କରିବା ପାଇଁ ବୁଝାଇ ଥିଲେ l ତା’ପରେ ସଭାସ୍ଥଳକୁ ଯାଇ ଥିଲେ l ସୁଆଣ୍ଡୋ ଗୋପବନ୍ଧୁ ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାଶ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଙ୍କୁ ସ୍ୱାଗତ କରିଥିଲେ l ପ୍ରତିଷ୍ଠାତା ଶ୍ରୀ ଶତପଥୀ ଉପସ୍ଥିତ ଥିବା ବୁଦ୍ଧିଜୀବି,ସାମାଜିକ କର୍ମୀ,

 

ସେଠାକୁ ଆସିଥିବା ଗ୍ରାମର ଲୋକମାନଙ୍କୁ “ମୋ ପରିବାର”ର ନୀତି, ନିୟମ ଏବଂ ଆଦର୍ଶ ବିଷୟରେ କହି କିଛି ଆଲୋଚନା କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ଧ୍ୟାନ ଦେବା,ମୋବାଇଲ୍ କମ୍ ବ୍ୟବହାର କରିବା, ପିତାମାତା,ଗୁରୁଜନଙ୍କୁ ଭକ୍ତି କରିବା ଓ ସେବା ବିଷୟରେ ବୁଝାଇ ଥିଲେ l କିଛି ପରିବାରଙ୍କ ସହ କଥା ହୋଇ ତାଙ୍କର ସମସ୍ୟାର ସମାଧାନ କିପରି ହୋଇପାରିବ ସେ ବିଷୟରେ ମଧ୍ୟ କହିବାର ଦେଖିବାକୁ ମିଳିଥିଲା l

Exit mobile version