ମୁରିବାହାଲରେ ଭୟଙ୍କର ସଡ଼କ ଦୁର୍ଘଟଣା : କ୍ରେନକୁ ପିଟିଲା ବାଇକ୍, ଚାଳକ ମୃତ

କଣ୍ଟାବାଞ୍ଜି  (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ କୁର୍ଲୁବାହାଲ ଛକ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କ୍ରେନକୁ ପଛପଟୁ ବାଇକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କଣ୍ଟାବାଞ୍ଜି ଚଟୁଆନକା ଗ୍ରାମର ଚନ୍ଦ୍ର ବଏ (୫୫) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଚନ୍ଦ୍ର ନିଜ ଏଚଏଫ ଡିଲକ୍ସ ବାଇକରେ କଣ୍ଟାବାଞ୍ଜି ଆଡ଼କୁ ଯାଉଥିଲେ ।

କୁର୍ଲୁବାହାଲ ଛକଠାରୁ ପ୍ରାୟ ୧୦୦ ମିଟର ଦୂର ଶାଗୁଆନ ବଗିଚା ନିକଟରେ ସାମ୍ନାରେ ଯାଉଥିବା କ୍ରେନକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲେ । ସେ ନିଶାସକ୍ତ ଅବସ୍ଥାରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ମୁରିବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version