ରଣପୁର ରେ ନିର୍ବାଚନ କମିଶନ ଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ


   
ରଣପୁର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) ରଣପୁର :- ଆଜି ସିଆଇଟିୟୁ,ଏ ଆଇ କେ ଏସ, ଓ କ୍ଷେତ ମଜଦୁର ୟୁନିୟନ ଡାକରାରେ ମୁଖ୍ୟ ନିର୍ବାଚନ କମିଶନ ଭୋଟ ଚୋର ଜ୍ଞାନେଶ କୁମାର ଙ୍କ ଇସ୍ତଫା,ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ବାତିଲ, ନିର୍ବାଚନ ପ୍ରକ୍ରିୟାର ବ୍ୟାପକ ସଂଶୋଧନ ଦାବୀରେ ବିକ୍ଷୋଭ ପ୍ରତିବାଦ ପାଇଁ ଦିଆଯାଇଥିବା ଡାକରା କୁ କାର୍ଯ୍ୟକାରୀ କରି ରଣପୁର ପଞ୍ଚୁଦୋଳା ପଡ଼ିଆ ଠାରେ ଏକ ପ୍ରତିବାଦ ସଭା ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

 

ବିଜେପି ମୋଦୀ ସରକାରର ସମ୍ବିଧାନ ଓ ଭୋଟ ବିରୋଧି ପଦକ୍ଷେପ କୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଥିଲେ । ଦିଲ୍ଲୀ ର ଯନ୍ତର ମନ୍ତର ତଥା ଦିଲ୍ଲୀ ସହର ତମାମ ଚାଲିଥିବା ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସି ର ବର୍ବର ଆକ୍ରମଣ ଓ ଅନ୍ୟାୟ ଗିରଫ କୁ ବକ୍ତା ମାନେ ତୀବ୍ର ନିନ୍ଦା କରିଥିଲେ ।

ଜନତା ଜନାର୍ଦ୍ଧନ ଙ୍କ ଦାବୀ ପ୍ରତି ବିଜେପି ସରକାରର ଅଣଦେଖା କରି ଭୋଟ ଚୋର ଓ ଗଣତନ୍ତ୍ର ହତ୍ୟାକାରୀ ନିର୍ବାଚନ କମିଶନ ଗ୍ୟାନେଶ କୁମାର କୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଜନ ବିରୋଧି ନୀତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିବା ସହ ଜ୍ଞାନେଶ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କ୍ଷେତ ମଜଦୁର ୟୁନିୟନ ନେତା ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା,ଶ୍ରମିକ ନେତା ସୁରେଶ ସ୍ୱାଇଁ, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, କୁଳମଣି ପଲେଇ, ସବ୍ୟସାଚି ସେନାପତି, ସଂଯୁକ୍ତା ସେଠୀ ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।


 

Exit mobile version