କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଉପଖଣ୍ଡ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ସି.ଏଚ୍.ତିରୁପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ କଟକ ଜିଲ୍ଲା ଅବକାରୀ ବିଭାଗର ଏକ ଦଳ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲେ। ଏହି ମିଳିତ ଚଢ଼ାଉ ରେ ଆଠଗଡ ଉପଖଣ୍ଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା,ନରସିଂହପୁର ଅବକାରୀ ଥାନା ଏବଂ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ସାମିଲ୍ ହୋଇଥିଲା ବେଳେ ଏହି ଅତର୍କିତ ଚଡାଉରେ ସର୍ବମୋଟ ୨ହଜାର ୨୪୦ ଲିଟର ଦେଶୀ ମଦ ଏବଂ ୩ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଖବର ମିଳିଛି |

ରତାପାଟ ଗ୍ରାମର ମୁଖ୍ୟ ଚୋରା ନିଶା ବେପାରୀ ତଥା ଆସାମୀ ଶ୍ରୀ ଛବି ସେଠ ଏବଂ ତାର ସମ୍ପର୍କୀୟ ଶ୍ରୀ ପ୍ରଶାନ୍ତ ସେଠ ଓ ଶ୍ରୀ ଶୁଶାନ୍ତ ସେଠଙ୍କ ସହିତ ସେମାନଙ୍କର ସମସ୍ତ ପରିବାର ଚଢାଉରେ ସାମିଲ୍ ଥୂବା ଅବକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିବା ସହିତ ଗାଳିଗୁଲଜ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଏହି ବିଷୟକୁ ଆଧାର କରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ବଡ଼ମ୍ବା ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦାୟର ହେବା ସହ ବଡମ୍ବା ଥାନା ପକ୍ଷରୁ ଆସାମୀ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

ଶ୍ରୀ ଆଠଗଡ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ତିରୁପତି ଙ୍କ ସହ ଏହି ଚଢାଉ ରେ ଆଠଗଡ଼ ଉପଖଣ୍ଡ ଅବକାରୀ ନିରୀକ୍ଷକ ଶ୍ରୀ ରବି ନାରାୟଣ ପଧାନ,ଭାରପ୍ରାପ୍ତ ଅଧିକାରୀ, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ଶ୍ରୀମତୀ ନିରୁପମା ଜେନା, ଭାରପ୍ରାପ୍ତ ଅବକାରୀ ଅଧିକାରୀ, ଆଠଗଡ଼, ଶ୍ରୀ ତରୁଣ କୁମାର ପାତ୍ର, ନରସିଂହପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ, ଶ୍ରୀ ରାଜକିଶୋର ନାୟକ, ଭାରପ୍ରାପ୍ତ ଅବକାରୀ ଅଧିକାରୀ ବାଙ୍କୀ ଅବକାରୀ ବିଭାଗ, ଶ୍ରୀ ବାପି ସାହୁ ଙ୍କ ସହ ଜିଲ୍ଲା ର ଦକ୍ଷ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Exit mobile version