ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର  :- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଭାକରସାହି, ବାଲିପାଟଣାର ଦଶମ ଶ୍ରେଣୀର କୃତୀ ଛାତ୍ର ସ୍ୱର୍ଗତ ଅର୍ଣ୍ଣବ ସାହୁଙ୍କ ଏକାଦଶାହ ଅବସରରେ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଦିବଂଗତ ଛାତ୍ରଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକସଭାରରେ ଦିବଂଗତ ଛାତ୍ରଙ୍କ ସ୍ମୃତିରେ ଶୋକାଭିଭୂତ ପରିବେଶରେ କବିତା ପାଠ କରାଯାଇଥିଲା । ଏହାପରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷ ଦିବଂଗତ ଛାତ୍ରଙ୍କ ପରିବାର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅର୍ଣ୍ଣବଙ୍କ ଅକାଳ ବିୟୋଗରେ ସମଗ୍ର ବିଦ୍ୟାଳୟ ପରିବାର ଗଭୀର ଭାବେ ମର୍ମାହତ ହୋଇଥିଲେ । ଉପସ୍ଥିତ ସମସ୍ତେ ଦିବଂଗତ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି ଓ ଶାନ୍ତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଶୋକସଭା ମାଧ୍ୟମରେ ବିଦ୍ୟାଳୟ ପରିବାର ସ୍ୱର୍ଗତ ଅର୍ଣ୍ଣବ ସାହୁଙ୍କ ପ୍ରତି ନିଜର ଗଭୀର ଶ୍ରଦ୍ଧା, ସମ୍ମାନ ଓ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

Exit mobile version