ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକ ବିକଳ୍ପ ଶକ୍ତି ଭାବେ ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢିବା ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ କରିଥିଲେ ।

ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ପଞ୍ଚାୟତର ବହୁ ମହିଳା ଓ ପୁରୁଷ ସାମିଲ ହେବା ସହିତ ଆସନ୍ତା ନିର୍ବାଚନରେ ପରିବାର ଭଳି ଏକାଠି ହୋଇ ଲଢିବା ନିମନ୍ତେ ସଂକଳ୍ପ ନେଇଥିବା ସୂଚନା ମିଳିଛି ।

ବିଶେଷକରି ବୋଦସା ଏକ କୃଷି ପ୍ରଧାନ ପଞ୍ଚାୟତ ହୋଇଥିବା ବେଳେ କ୍ରମାଗତ ଭାବେ ସରକାରୀ ଅବହେଳା ହୋଇଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଗତ କିଛିଦିନ ତଳେ ଆସିଥିବା ଭୟଙ୍କର ବନ୍ୟାରେ ଲୋକଙ୍କ ଫସଲ କ୍ଷତି ହୋଇଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ଆକଳନ ହୋଇନଥିଲା ।

ଏପରିକି ଲୋକଙ୍କୁ କ୍ଷତିପୂରଣ ମଧ୍ୟ ଆଜିଯାଏଁ ମିଳିଲା ନାହିଁ। ଫଳରେ ଚାଷୀକୁଳ ହନ୍ତସନ୍ତ ହେଉଥିବା ବେଳେ ଆସନ୍ତା ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି । ବୈଠକରେ ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୁର୍ଯ୍ୟୋଧନ ସ୍ୱାଇଁ, ବରିଷ୍ଠ ସଂଗଠକ ଜିତେନ୍ଦ୍ର କୁମାର ରଣସିଂହ, ଶିବଶଙ୍କର ସାହୁ, ଅନନ୍ତ ମହାପାତ୍ର, ହୃଷିକେଶ ରାଉତ, ମାନସ ବସ୍ତି, ପ୍ରଶାନ୍ତ ପାତ୍ର ପ୍ରମୁଖ ବହୁ ଛାମୁଆଁ ନେତା ସାମିଲ ହୋଇଥିଲେ ।

Exit mobile version