ରୋଜଗାର ନାହିଁ ଲୋକେ ଦାଦନ ମୁହାଁ….

HPCL କମ୍ପାନୀ ଦେଉନି ରୋଜଗାର.. ଜନ ଅସନ୍ତୋସ... ଶ୍ରମ ଅଧିକାରୀ ପାଖେ ଦାବୀ କରିବ ଶ୍ରମିକ ସଙ୍ଘ..

HPCL କମ୍ପାନୀ ଦେଉନି ରୋଜଗାର.. ଜନ ଅସନ୍ତୋସ… ଶ୍ରମ ଅଧିକାରୀ ପାଖେ ଦାବୀ କରିବ ଶ୍ରମିକ ସଙ୍ଘ…

କଣ୍ଟାବାଞ୍ଜି  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସରକାର ବଦଳିଛି, ରୋଜଗାର ବଦଳିବା ଦରକାର, ସରକାର ବଦଳିଛି ହେଲେ ବ୍ୟବସ୍ଥା ବଦଳି ନାହିଁ. କଥାରେ ଅଛି ଯଥା ପୂର୍ବଂ ତଥା ପରମ. ତେବେ ଲୋକଙ୍କ ମନରେ ବହୁତ ଆଶା ଆକାଂକ୍ଷା ଧୂଳିସାତ ହୋଇ ଯାଇଛି. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ. ସୂଚନା ଅନୁସାରେ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ଅଞ୍ଚଳ ରେ ହଜାର ହଜାର କୋଟି ପୁଞ୍ଜି ନିବେଶ କରି ବିଭିନ୍ନ ସରକାରୀ, ବେସରକାରୀ କମ୍ପାନୀ ଗଢିଉଠୁଛି ହେଲେ ବାସ୍ତବିକ ସେହି କଂପାନୀ ବା ଶିଳ୍ପ କାରଖାନା ଲୋକଙ୍କୁ ରୋଜଗାର ଦେଇ ପାରୁନାହିଁ.

ଲୋକେ ଦାଦନ ଯିବାକୁ ଵୈନା ଆଣିଲେଣି ! କଣ୍ଟାବାଞ୍ଜି ପାଖ ଧାମନଡ଼ଙ୍ଗା ଗାଁ ରେ ୫୦ ଏକର ବିଶିଷ୍ଟ ଜମି ରେ ପ୍ରାୟ 1000ଉର୍ଦ୍ଧ କୋଟିର HPCL ନାମକ ଏକ ଗ୍ୟାସ କମ୍ପାନୀ କାମ ଆରମ୍ଭ କରିଛି l ହେଲେ ଏହି ଅଂଚଳ ର ଗରିବ ଖଟିଖିଆ ଲୋକ ସେଇଥି କାମ କରିବାକୁ ସୁଯୋଗ ପାଉନାହାନ୍ତି କିମ୍ବା ତାଙ୍କୁ ନିଯୁକ୍ତି କରାଯାଇନାହିଁ! ଅନ୍ୟରାଜ୍ୟରୁ ଶ୍ରମିକ ମାନେ ଯଥା, ବିହାର, କଲିକତା, ବେଙ୍ଗଲ ଛତିଶଗଡ଼ ଭଳି ଅନ୍ୟରାଜ୍ୟରୁ ଶ୍ରମିକ ଆସି କାମ କରି ଥିବା ଅଭିଯୋଗ ହେଉଅଛି, ନିଜ ଅଂଚଳ ର ଲୋକଙ୍କୁ କୌଣସି ନିଯୁକ୍ତି ସୁବିଧା କିମ୍ବା କର୍ମନିଯୁକ୍ତି ଥଇଥାନ କରାଯାଇ ନାହିଁ, .

ଏନେଇ ସ୍ଥାନୀୟ ଅଞ୍ଚଳ ରେ ଅଶାନ୍ତି ର ବାତାବରଣ ବଢ଼ିବାରେ ଲାଗିଛି,, ଦଲାଲ ମାଲେମାଲ, ଲୋକ ପ୍ରତିନିଧି ମାଲେମାଲ କିନ୍ତୁ ଏହି ଅଂଚଳ ର ଦୁର୍ଭାଗ୍ୟ ଯେ ସ୍ଥାନୀୟ ଗରିବ ଲୋକଙ୍କୁ କାମ ମିଳୁ ନାହିଁ. ସେଥି ପାଇଁ ସ୍ବେତ୍ସା ସେବୀ ସଂଗଠନ ଓ ଶ୍ରମିକ ସଙ୍ଘ ବଲାଙ୍ଗୀର ଜିଲ୍ଲା ଶ୍ରମିକ ଅଧିକାରୀ ଙ୍କୁ ଭେଟି ଦାବୀ ପତ୍ର ଦେଇ ସ୍ଥାନୀୟ ଅଂଚଳ ର ଲୋକଙ୍କୁ HPCL କମ୍ପାନୀ ରେ ନିଯୁକ୍ତି ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି . 

Exit mobile version