ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ

କଟକ (ଓଡିଶା ତାଜା ନ୍ୟୁଜ) :- ଇଣ୍ଡିମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପରିପେଖିରେ ଆଜି କଟକ ମଧୁପାଟଣା ଛକ ସମେତ କଟକର ବିଭିନ୍ନ ସ୍ଥାନ ଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ପୋଲିସ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିଥିଲେ।ଏଥିରେ କଟକର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସଧାରଣ ପରିବହନ, ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଥିଲା। ଦାବୀ ଗୁଡିକ ମଧ୍ୟରେ ଏମ୍ ଏମ୍ ଡି ଆର୍ ବିଲ୍ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ ପ୍ରଦାନ ସହ ବହି ତ୍ରୁଟିକୁ ନେଇ ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଡ଼ାକରାରେ କଂଗ୍ରେସ ଦଳ ସହ ୭ଟି ଦଳ ସମର୍ଥନ କରୁଛନ୍ତି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। କଟକ ରେଳ ଷ୍ଟେସନରେ ରେଳ ରୋକ ଉଦ୍ୟମ ବେଳେ ରେଳବାଇ ସୁରକ୍ଷା ଫୋର୍ସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ରେଳବାଇ ସୁରକ୍ଷା ଫୋର୍ସ। ନେତାଜୀ ବସ ଟରମିନାଲରୁ ଗଡ଼ୁନି ବସ ,। ସେହିପରି ଗୋପାଳପୁର ବାଲିକୁଦା ଠାରେ କଟକ ସଦର ବ୍ଲକ ସଭାପତି ସୀତାକାନ୍ତ ପଣ୍ଡା ଓ ଜନାର୍ଦ୍ଦନ ପରିଡାଙ୍କ ନେତ୍ରୁତୋରେ କଂଗ୍ରେସର ଶତାଧିକ କର୍ମୀ ବିକ୍ଷୋଭରେ ଯୋଗ ଦେଇ ରାସ୍ତାରୋକରେ ସାମିଲ ହୋଇଥିଲେ ପରେ ଫୁଲନଖରା ପର୍ଯ୍ୟନ୍ତ ଏକ ଶୋଭା ଯାତ୍ରାରେ ଯାଇ ରାଜ ପଥ ପର୍ଶ୍ୱୋରେ ଥିବା ବିଭିନ୍ନ ବ୍ୟାଙ୍କ, ବେସରକାରୀ ସଂସ୍ଥା, ସରକାରୀ କାର୍ଯ୍ୟାଳୟ ଆଗରେ ପହଞ୍ଚି ବନ୍ଦ କରିଥିଲେ ।

ଏହି ବନ୍ଦ ଡ଼ାକରାରେ ରାକେଶ ସ୍ବାଇଁ, ସାଗର ବେଉରା, ମନୋଜ ଜଟି, ନିର୍ମଳ ସ୍ବାଇଁ, ରବୀନ୍ଦ୍ର ସାହୁ, ନିହାର ରଞ୍ଜନ ନନ୍ଦ, ମମତା ସିଂହ, ତନ୍ମୟ ପରିଜା, କୃଷ୍ଣଚନ୍ଦ୍ର ଭୋଇ, ଶୁକଦେବ ସାମଲ ମନୋଜ ପରିଜା, ରାମ ଚନ୍ଦ୍ର ଗୋଚ୍ଛାୟତ, ଦିବାକର ମୁଦୁଲି ପ୍ରମୁଖଙ୍କ ସମେତ ଦଳର ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ଡ଼ାକରାରେ ସ୍କୁଲ, ଦୋକାନ, ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଦ ଡ଼ାକରାରେ ଆମ୍ବୁଲାନ୍ସ, ଅଗ୍ନିଶମ, ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ପରିବହନ, ଅନ୍ୟାନ୍ୟ ଜରୁରୀ ସେବା ଓ ଖବର ସଂଗ୍ରହ କରୁଥିବା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ବାଧା ଦିଆଯାଇ ନ ଥିଲା। ଆଜି ଦିନ ବ୍ୟାପି ବିଭିନ୍ନ ସ୍ଥାନରେ ଇଣ୍ଡିମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇଣ୍ଡିଆ ବ୍ଲକର ଆହ୍ଵାନରେ ଆଜି ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ର, ସମ୍ବିଧାନ ଓ ନାଗରିକଙ୍କ ଭୋଟର ଅଧିକାରର ସୁରକ୍ଷା ସହିତ ରାଜ୍ୟର ସ୍ବାର୍ଥ ଓ ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡିକୁ ନେଇ ଓଡିଶା ବନ୍ଦ ସଂପୂର୍ଣ୍ଣ କରାଯାଇଥିଲା ।

Exit mobile version