ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅନ୍ତର୍ଗତ ବୁଢା଼ମ୍ବ ଠାରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ – ଆସିକା

ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ଆସିକା :- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢା଼ମ୍ବ ଠାରେ ଗଂଜେଇ ଭର୍ତ୍ତି ଆମ୍ବୁଲାନ୍ସ ଜବତ l ଆମ୍ବୁଲାନ୍ସ ଭିତରେ ରହିଛି ବିପୁଳ ପରିମାଣର ଗଂଜେଇ l ପୋଲିସ ଆମ୍ବୁଲାନ୍ସଟିକୁ ଜବତ କରିବା ସହ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୨ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି l ସୂଚନା ଅନୁଯାଇ ବୁଢା଼ମ୍ବ ଛକରେ ଗାଡି ଦୁର୍ଘଟଣାରେ ଜଣେ ଆହତ ହେବା ପରେ ସେଠାରେ ଜନ ଗହଳି ଲାଗିରହିଥିଲା l ଏହାର ସୁଯୋଗ ନେଇ ଦ୍ରୁତ ଗତିରେ ଆମ୍ବୁଲାନ୍ସଟି ପଳେଇବାକୁ ଉଦ୍ୟମ କରୁଥିବା ସମୟରେ ବୁଢା଼ମ୍ବ ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଲ ପଙ୍କଜ ଗୌଡ଼ ଆମ୍ବୁଲାନ୍ସ ଟିକୁ ଅଟକାଇଥିଲେ l

ଏବଂ ଏହା ପରେ ଆମ୍ବୁଲାନ୍ସ ରେ ଗଂଜେଇ ଥିବା ଜାଣି ଆମ୍ବୁଲାନ୍ସ ସମେତ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଥାନାକୁ ନେଇଥିଲେ l ହେଲେ ଏତେ ପରିମାଣର ଗଂଜେଇ କେଉଁଠୁ ଆସିଲା ଏବଂ ଆମ୍ବୁଲାନ୍ସ ମାଧ୍ୟମରେ କେଉଁଠାକୁ ଗଂଜେଇ ଚୋରାଚାଲାଣ କରାଯାଉ ଥିଲା l ସେସବୁର କୌଣସି ସଠିକ ସୂଚନା ମିଳି ନଥିବା ବେଳେ କବିସୂର୍ଯ୍ୟନଗର ବୁଢା଼ମ୍ବ ପୁଲିସ ଏହାର ତଦନ୍ତ ଚଳାଇଛି l (ରିପୋର୍ଟ- ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version