ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା

ଚାନ୍ଦପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଚାନ୍ଦପୁର ଚିକିତ୍ସାଳୟରେ ବ୍ୟବହୃତ ବେଡରେ ପଡ଼ିଥିବା ବେଡସିଟ , କ୍ଲୁଥ ଓ ତାହା ଉପରେ ପଡ଼ିରହିଥିବା ବିସ୍କୁଟ ଖଣ୍ଡ ବୟାନ କରୁଛି ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ସଫାସୁତୁରାକୁ ଗୁରୁତ୍ଵ ଦେଉନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏହି ଡାକ୍ତରଖାନାରେ ଏମରଜେନ୍ସି କ୍ଷେତ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କ ପାଇଁ ପଡ଼ିଥିବା ଚାରିଗୋଟି ବେଡ଼ ରହିଥିବାବେଳେ

ସେହି ବେଡ଼ ଉପରେ ପଡ଼ିଥିବା ବେଡ଼ସିଟ୍ ଓ କ୍ଲଥ ଅବସ୍ଥା ଏତେ ଖରାପ ଯେ ଯାହାକୁ ଦେଖିଲେ ଲାଗିବ ଘର ପୋଛା କପଡ଼ା ଠାରୁ ଖରାପ ଅବସ୍ଥା ସାଙ୍ଗକୁ ବେଡସିଟ ଉପରେ ପଡ଼ିରହିଥିବା ବିସ୍କୁଟ ଖଣ୍ଡ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି। ତେବେ ରୋଗୀ ଚିକିତ୍ସା ହୋଇ ଗଲା ପରେ ସେହି ବେଡ଼କୁ ପରିଷ୍କାର ପରିଚ୍ଛନ୍ନ କରି ପରିବର୍ତ୍ତନ କରିବା ଆବଶ୍ୟକ ଥିବାବେଳେ ଏହାକୁ ଧ୍ୟାନ ଦିଆଯାଉନାହିଁ କିମ୍ବା ଏହି ଚିକିତ୍ସାଳୟରେ ସଫାଇ କର୍ମଚାରୀ ସଠିକ କାର୍ଯ୍ୟ ତୁଲାଉ ନାହାନ୍ତି ।

Exit mobile version