ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର


ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ପୁରୀ ସବରେଜିଷ୍ଟର କାର୍ଯ୍ୟାଳୟ । କାର୍ଯ୍ଯାଳୟ ସମ୍ମୁଖରେ ରହିଛି ପୁରୁଣା ବରଗଛ । ବରଗଛର ମୂଳ ଗଛ ବିଲୁପ୍ତ ହୋଇ ସିଅ ଓ ଡାଳରେ ନୂଆ ଗଛ ବଢିଛି । କିଛି ପୁରୁଣା ଗଛର ଡାଳ ଗଣ୍ଡି ଭିତରେ ନୂଆ ଶାଖା ବୃଦ୍ଧି ପାଇଛି । ବରଗଛ ତଳେ ରହିଛି ନୃସିଂହ ମନ୍ଦିର । ଗଛତଳେ ଏକ ଗୋଲେଇ ସିମେଣ୍ଟ ଚାନ୍ଦିନି ରହିଛି । ସେହି ଚାନ୍ଦିନି ଉପରେ ମୋହରିର ଓ ଭେଣ୍ଡର ଡେସ୍କ ପକାଇ କାର୍ଯ୍ୟ କରୁଛନ୍ତି । ବୁଧବାର ମଧ୍ଯାହ୍ନରେ କିଛି ମାଙ୍କଡ ଡିଆଁ ମାରୁଥିଲେ ।

ଗୋଟିଏ ଲୋଧା ପାତି ମାଙ୍କଡ ହଠାତ ପୁରଣା ନୂଆ ମିଶା ଡାଳକୁ ଡେଇଁ ପଡିବାରୁ ତାହା ମଡ ମଡ ଶଦ୍ଦ ହୋଇଥିଲା । ତଳେ ବସିଥିବା ବ୍ଯକ୍ତି ମାନେ ଦେଖି ଦୌଡି ପଳାଇଥିଲେ । କିଛି ସମୟ ପରେ ଡାଳଟି ଭାଙ୍ଗି ପଡିଥିଲା । ଏହି ଗଛରେ ଅନେକ ପୁରୁଣା ଡାଳ ଶୁଖି ରହିଛି । ସବରେଜିଷ୍ଟର କୁ ଆସୁଥିବା ଜମି କିଣା ବିକା ପାଇଁ ବ୍ଯକ୍ତିମାନେ ଏହି ଗଛମୂଳେ କିଛି ସମୟ ବସୁଛନ୍ତି । ଦିନ ୧୦ଟାରୁ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଏହି ସିମେଣ୍ଟ ମଣ୍ଡପରେ ଷ୍ଟାମ୍ପ ଭେଣ୍ଡର, ମୋହରିର, ଓକିଲ ଓ ମହକିଲ ସମେତ ଅନ୍ଯାନ୍ଯ ବ୍ଯକ୍ତିଙ୍କ ଗହଳି ଲାଗି ରହୁଛି । ହଠାତ ଏହି ଡାଳ ଭାଙ୍ଗି ଯିବାରୁ ଏକ ବଡ ବିପତ୍ତିରୁ ଅନେକ ବ୍ଯକ୍ତି ରକ୍ଷା ପାଇଯାଇଛନ୍ତି ।

ଏହି ଗଛ ଓ ମଣ୍ଡପର ସୁରକ୍ଷା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଓକିଲ, ମୋହରିର ଓ ଭେଣ୍ଡର ମାନେ ଦାବି କରିଛନ୍ତି । ସେହିପରି ପ୍ରବେଶ ପଥରେ ଥିବା ପୁରୁଣା ବରଗଛ ତଳେ ଥିବା ଚୁଡ଼ାଭଜା ମାଉସୀ ବସିଥିବା ବେଳେ ଓକିଲ ଓ ମହକିଲ ଯାତାୟାତ କରୁଛନ୍ତି । ସେହି ଗଛ ମଧ୍ଯ ଅସୁରକ୍ଷିତ ଅବସ୍ଥାରେ ରହିଛି । ପୁରୁଣା ଝାଉଁଗଛ ଖୋଳପା ଓ ପୁରୁଣା ବରଗଛ ଖୋଳପାରେ ଏହି ଗଛ ବୃଦ୍ଧି ପାଇଛି । ଏହି ବରଗଛ ତଳେ ମଧ୍ଯ ଅନେକ ବିକ୍ଷୋଭ ଓ ସମାବେଶ ଆୟୋଜିତ ହେଉଛି । ଏହି ଗଛର ସୁରକ୍ଷା ପାଇଁ ଦାବି ହେଉଛି ।

Exit mobile version