ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ

କଟକ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସାରା ଓଡିଶାରେ କ୍ୟାନ୍ସର ରୋଗ ବହୁଳ ମାତ୍ରା ରେ ବ୍ୟାପି ଚାଲିଛି l ଏହାର ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି l ଏହାର ନିରାକରଣ ହେଲେ ଓ ସାଧାରଣ ଜନତା ସଚେତନ ହୋଇଲେ କ୍ୟାନ୍ସର ଭଳି ରୋଗରୁ ଆମେ ବଂଚିପାରିବା l ଆଗକୁ ଶୀତ ରିତୁ ଆସୁଛି l ଶୀତ ଋତୁରେ ଚାହା ପିଇବାର ମଜା ଟିକେ ନିଆରା l ଏହି ମଜା ପାଇଁ ଆମେ ସଜା ଭୋଗିବାକୁ ପଡିଥାଏ ଯଦି ଆମେ ସଚେତନ ହେଉ ତେବେ ଜୀବନ ସରସ ସୁନ୍ଦର ହୋଇପାରିବ l ଆମେ ଚାହା ଯେଉଁ ପେପର ପ୍ଲେଟ ଗ୍ଲାସରେ ଚାହା ପିଉଛେ ତାହା କିପରି କ୍ୟାନ୍ସର ଜୀବାଣୁ ତିଆରି କରୁଛି l

ସାଧାରଣ ପେପରରେ ଗରମ ପାଣି ପକାଇଲେ ତାହା ଭିଜି ଯାଉଛି ବା ନଷ୍ଟ ହେଉଛି କିନ୍ତୁ ଏ ସ୍ଥାନରେ ଗରମ ଚାହା ଦୀର୍ଘ ସମୟ ରହୁଛି, ଏହି ପେପର ଗ୍ଲାସରେ ଗୋଟିଏ ପ୍ଲାଷ୍ଟିକର ପ୍ରଲେପ ଦିଆଯାଉଛି , ଯାହା ଗରମ ଚାହାକୁ ଦୀର୍ଘ ସମୟ ଧରି ରଖୁଛି ଓ ଗରମ ଚାହାରେ ତରଳି ମାଇକ୍ରୋ ପ୍ଲାଷ୍ଟିକ ଆମ ଶରୀରକୁ ଯାଇ କ୍ୟାନ୍ସର ତିଆରି କରୁଛି l କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ଏକ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି , ଯାହାର ନାମକରଣ ହୋଇଛି ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା l ଏହି କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମମାନ ହେଉଛି l

ଏବେ ଏହା ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମଧ୍ଯ ଆରମ୍ଭ କରାଯାଇଛି l ଆସନ୍ତା ସମୟରେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି,ଟ୍ରଷ୍ଟର ବଲାଙ୍ଗୀର ପ୍ରତିନିଧି ଚୈତନ୍ୟ ନାୟକ, ଡାକ୍ତର ନିରାକାର ତ୍ରିପାଠୀ, ଜୋତିଷ ଗୌରାଙ୍ଗ ନାୟକ, ବୌଦ୍ଧ ଜିଲ୍ଲା ପ୍ରତିନିଧି ସଂଜୀବ ବାଘ, ଅଭୟ ବେହେରା, ତପନ କୁମାର ନାଥ, ନିଗମ ରାଜ,ସୋମରେନ୍ଦ୍ର ମହାନ୍ତି, ଦେବାଶିଷ ମହାନ୍ତି ଓ ଆଶିଷ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Exit mobile version