ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ

ବାଲିପାଟଣା  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ପ୍ରାଚୀ ମୂଲକ ତୈଳିକ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ସଭା ଚତୁର୍ଥ ମୂଲକ ଆନୁକୂଲ୍ୟରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଦୁର୍ଗା ମଣ୍ଡପ ଠାରେ ମହାସଭାର ସଭାପତି ଗୁରୁକିଙ୍କର ଜେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. । ଏହି ସଭାରେ ସ୍ଵଜାତୀୟ ଭାମାନଙ୍କର ଆର୍ଥିକ ଉନ୍ନତି ପାଇଁ ବିଶେଷ ଆଲୋଚନା କରାଯାଇଥିଲା. । ଗରିବ ମେଧାବୀ ଛାତ୍ର /ଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଶିକ୍ଷା ପାଣ୍ଠି ଗଢ଼ା ଯାଇଛି ଓ ଏହା ଦ୍ୱାରା କିପରି ପିଲାମାନେ ସାହାଯ୍ୟ ପାଇପାରିବେ ମହାସଭାର ସମ୍ପାଦକ ଶଙ୍କର ପୃଷ୍ଟି ସମସ୍ତଙ୍କୁ ଜଣାଇଥିଲେ ।

ଏହି ସଭାରେ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ନିଷ୍ପତି ହୋଇଥିଲା , ଯାହା ଦ୍ୱାରା ସ୍ୱଜାତୀୟ ଭାଇମାନଙ୍କର ସାମାଜିକ,ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ସହଯୋଗ କରାଯାଇପାରିବ. ଏହି ସଭାରେ ଚତୁର୍ଥ ମୂଲକର ସଭାପତି ରବୀନ୍ଦ୍ରନାଥ ସେନାପତି,ସମ୍ପାଦକ ପ୍ରତାପ କୁମାର ସାହୁ,ସହ ସମ୍ପାଦକ ଗଣେଶ୍ୱର ଜେଠୀ,ଉପଦେଷ୍ଟା ରବୀନ୍ଦ୍ର କୁମାର ସାହୁ,ସମସ୍ତ କର୍ମକର୍ତ୍ତା ଓ ମହାସଭା ସଦସ୍ୟ ଶିଖର ସାହୁ, ରମେଶ ଚନ୍ଦ୍ର ସାହୁ,କୈଳାସ ଚନ୍ଦ୍ର ସାହୁ,ରାମଚନ୍ଦ୍ର ସାହୁ,ସୁରେନ୍ଦ୍ର ନାଥ ସାହୁ,ମନୋରଞ୍ଜନ ସାହୁଙ୍କ ସମେତ ୧୧ଟି ମୂଲକର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ ।

Exit mobile version