ଶିଶୁ କନ୍ୟାର ଚିକିତ୍ସା ପାଇଁ ସ୍କୁଲ ପିଲାଙ୍କ ମହତ ପ୍ରୟାସ


ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-   ଦୁରାରୋଗ୍ୟ ଏସଏମଏ – ଟାଇପ -୨ ରେ ଆକ୍ରାନ୍ତ ୧୨ ମାସର ଶିଶୁ କନ୍ୟା ତ୍ରିଶିକା ମନଭି ରାଏଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ହେତୁ ଶିଶୁ କନ୍ୟାର ବାପା ଓ ମା ସୋସିଆଲ ମିଡିଆର ସାହାରା ନେଇ ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆକୁଳ ନିବେଦନ କରିଥିବା ବାର୍ତ୍ତା ଏବେ ସବୁଆଡେ ଘୁରି ବୁଲୁଛି । ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ଗ୍ରାମର କିଛି ସ୍କୁଲ ପିଲା ପୀଡ଼ିତା ଶିଶୁ କନ୍ୟାର ଚିକିତ୍ସା ଲାଗି ଆର୍ଥିକ ସହାୟତା ପ୍ରଦାନ ପାଇଁ ସହଯୋଗର ହାତ ବଢାଇଛନ୍ତି ।

ଶନିବାରସ୍କୁଲ ପିଲାମାନେ ସାହି ଓ ଗଳି ଗଳି ବୁଲି ବିଭିନ୍ନ ଲୋକଙ୍କୁ ଭେଟି କୁନି ଶିଶୁ କନ୍ୟାର ଚିକିତ୍ସା ସେବା ପାଇଁ ସାଧ୍ୟମତେ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ । ସଂଗୃହୀତ ହୋଇଥିବା ସହାୟତା ରାଶି କୁ ୟୂପିଆଇ ମାଧ୍ୟମରେ ପଠାଇ ଥିଲେ । ଏହି ମହତ କାର୍ଯ୍ୟରେ ବିକାଶ ସେଠୀ, ଶକ୍ତି ସାହୁ, ଶୁଭମ୍ ନାୟକ, ଆକାଶ ସେଠୀ, ନାରାୟନ ସାହୁ, ଶୁଭମ ରାଓ, ତ୍ରିନାଥ ବାଡତ୍ୟା, ଶୁଭମ ସାହୁ, ଆଶିଷ ପଣ୍ତା, ଆଦିତ୍ୟ ସାହୁ ଓ ଚନ୍ଦନ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version