ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳିତ

ବାଲୁଗାଁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଶାଖା କାର୍ଯ୍ୟାଳୟ ଠାରେ ଲିୟାଫି ସଂଘର ୬୨ତମ ପ୍ରତିଷ୍ଠା ଦିବସ ସହିତ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଲିଆଫି ସଂଘର ସଭାପତି ଶ୍ରୀ ବିନୋଦ କୁମାର ରାଉତରାୟ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ମୁଖ୍ୟ ଅତିଥି ରୂପେ ଶାଖା ପ୍ରବନ୍ଧକ ଶ୍ରୀ ଅନୟ କୁମାର ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ସହ ଶାଖା ପରିଚାଳକ ଶ୍ରୀ ସମୀର ରଞ୍ଜନ ଚଇନି ଯୋଗଦେଇ ଲିୟାଫିର ୧୯୬୪ ରୁ ଆଜି ପର୍ଯ୍ୟନ୍ତ ଇତିହାସ ଓ ଏଜେଣ୍ଟ ମାନଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଶାଖା ସଂଯୋଜକ ଶ୍ରୀ ତ୍ରିଲୋଚନ ସାହୁ ସଂଗଠନକୁ ସୁଦୃଢ କରିବା ଓ ସଂଗଠିତ ରହିବା ପାଇଁ ଆହ୍ୱାନ ଦେଇଥିଲେ ।

ଲିଆଫି କେନ୍ଦ୍ରୀୟ ନେତା ସ୍ୱର୍ଗତ ଶୁଭେନ୍ଦୁ ପଟ୍ଟନାୟକଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରି ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ପରେ ମୁଖ୍ୟ ଅତିଥି ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଲିଆଫି ପ୍ରତିଷ୍ଠା ଦିବସ କେକ୍ କଟାଯାଇଥିଲା । ସମ୍ପାଦକ ଶ୍ରୀ ରତିକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସତ୍ୟ ଓ ଅହିଂସା ବାର୍ତାକୁ ସ୍ମରଣ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ଓ ଜଳପାନ ବଣ୍ଟନ କରାଯାଇଥିଲା ।

Exit mobile version