ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନାଚୁଣୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନାଚୁଣୀ ର ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ସଂସ୍ଥା ଜାଗୃତିକା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭବାନୀପୁର ସ୍ଥିତ କବି କୁଟୀର ପରିସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ଗାୟକ ଦକ୍ଷିଣକେଶରୀ ରାମଚନ୍ଦ୍ର କର। ମୁଖ୍ୟ ବକ୍ତା ଭାବେ ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥି, ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନ ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ରାଜକିଶୋର ସାହୁ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କୁ ଯୁଗ ପୁରୁଷ ବୋଲି ଅଭିହିତ କରି ଉଭୟଙ୍କ ଆଦର୍ଶ ର ପ୍ରସଙ୍ଗିକତା ସର୍ବକାଳୀନ ହୋଇ ରହିବ ନେଇ ଅଭିମତ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, କବି ଶିବପ୍ରସାଦ ତ୍ରିପାଠୀ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଶିକ୍ଷକ ଦୁର୍ୟୋଧନ ପ୍ରଧାନ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଶିକ୍ଷକ ବସନ୍ତ କୁମାର ସାହୁ,ଜାଗୃତିକା ର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ । ସଂଗୀତଜ୍ଞ
ଅଜିତ ମିଶ୍ର ଓ ସଂଗ୍ରାମ ବଳିୟାରସିଂହ ଗାନ୍ଧୀଙ୍କ ପ୍ରିୟ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ । ପରିଶେଷରେ ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version