ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ


ନାଚୁଣୀ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନାଚୁଣୀ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀ ଙ୍କ ଆହ୍ୱାନ ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମୂଲ୍ୟବାନ କୁ ଅଗ୍ରାଧିକାର ଦେଇ ନାଚୁଣୀ ବଜାର ମଧ୍ୟରେ ଆଠ ଶହ ମିଟର ପରିମିତ ରାସ୍ତା ରୁ ଆବର୍ଜନା ସଫା କରିଥିଲେ । ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ଅନୁଷ୍ଠାନ ର ସଭାପତି ଅଶ୍ୱିନୀ କୁମାର ମହାପାତ୍ର,

ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥୀ, ସହ ସମ୍ପାଦକ ହରିବନ୍ଧୁ ମିଶ୍ର ଏବଂ କୋଷାଧକ୍ଷ ରାମ ଚନ୍ଦ୍ର ମାର୍ଥା।ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଚିଲିକା ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ସାହିତ କରିଥିଲେ । ସଙ୍ଘ ପକ୍ଷ ରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଥିଲେ ।

Exit mobile version