ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ

କଟକ  (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) କଟକ  :- ଯୁବ ସମାଜସେବୀ ଟିଟନ ସାହୁଙ୍କୁ ବିଶ୍ବସ୍ତରୀୟ ଉତ୍କର୍ଷ ସମ୍ମାନ -୨୦୨୬ ରେ ସମ୍ମାନିତ କରାଯାଇଥିବା ଜଣାପଡିଛି।ମସ୍କୋ ଗବେଷଣା ବିଶ୍ୱ ବିଦ୍ୟାଳୟର ମୂଲ୍ୟାୟନ ପରିଷଦ ଓ ସଚିବାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ନିମନ୍ତେ ଚୟନ କରାଯିବା ପରେ ଭୁବନେଶ୍ବର ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି।ଲୋରିଅଲ ଇଷ୍ଟେଟ ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ସାହୁଙ୍କର ଉଦ୍ୟୋଗ ପରିଚାଳନାରେ ଦକ୍ଷତା,

ଓଡିଶାରେ ସହରୀ ଆଧୁନିକୀକରଣ ଓ ଆଧୁନିକ ଗୃହ ନିର୍ମାଣ ବ୍ୟବସ୍ଥାର ବିକାଶରେ ତାଙ୍କର ଅତୁଳନୀୟ ଅବଦାନକୁ ଆଧାର କରି ବ୍ୟବସାୟ ପ୍ରଶାସନରେ ଡକ୍ଟରେଟ (ଡିବିଏ) ସମ୍ମାନ ପ୍ରଦାନ ନେଇ ଶ୍ରୀସାହୁଙ୍କୁ ଚୟନ କରାଯାଇଥିବା ମସ୍କୋ ଗବେଷଣା ବିଶ୍ୱବିଦ୍ୟାଳୟର ସଚିବାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଉଦ୍ୟୋଗ ପରିଚାଳନାରେ ଶ୍ରୀସାହୁଙ୍କ ଦକ୍ଷତାକୁ ବିଶେଷ ଭାବେ ପ୍ରଶଂସା କରାଯାଇଥିଲା ବେଳେ ବ୍ୟବସାୟ ଓ ସହରୀ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ତାଙ୍କୁ ମିଳିଥିବା ଏହି ସମ୍ମାନ ଏକ ଆଧୁନିକ ଓଡ଼ିଶା ଗଠନ ଦିଗରେ ଅଧିକ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାହୁ ମତ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ଆହ୍ଲାବାଦ ବିଶ୍ୱ ବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ କୁଳପତି ପ୍ରଫେସର ପି କେ ସାହୁ, ବିଶିଷ୍ଟ ପଦାର୍ଥ ବିଜ୍ଞାନୀ, ଅର୍ଥନୀତିଜ୍ଞ ଓ ଲେଖକ ଡଃ କୈଳାସ ଚନ୍ଦ୍ର ମିଶ୍ର, ଡକ୍ଟର ଦେବେନ୍ଦ୍ର ପ୍ରସାଦ ମାଝୀ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଡକ୍ଟର ଆମ୍ବେଦକର ଫାଉଣ୍ଡେସନର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନର ସି ଭି ରମଣ ଫାଉଣ୍ଡେସନର ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ସମାଜ ସେବୀ ଟିଟନ ସାହୁଙ୍କ ଘର ଖଣ୍ଡପଡ଼ା ବ୍ଳକ ଅଧିନ ସିଧାମୂଳା ଗ୍ରାମର ବୋଲି ଜଣାପଡିଛି ।

Exit mobile version