ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପଂଚାୟତ ସମିତି କାର୍ଯ୍ୟାଳୟ, ନୟାଗଡ ସମ୍ମିଳନୀ କକ୍ଷରେ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଏକ ସଚେତନତା ସଭା ପୂର୍ବକ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ-୨୦୨୬ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସକାଳ ୦୭.୦୦ ଘଟିକା ସମୟରେ ଉକ୍ତ ସ୍ଥାନରେ ଏକ ଯୋଗ ଶିବିର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିମାନଙ୍କୁ ଉତ୍ତମ ଶାରୀରିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସମ୍ୟକ ଧାରଣ ଦିଆଯାଇଥିଲା ।
ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା । ଏହି ସଭା ଅଭିପ୍ରାୟେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସର୍ବେଶ୍ବର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସୁସଂଗଠିତ ସଭାର ଆୟୋଜନ କରିଯାଇଥିଲା । ଉକ୍ତ ସଭାରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ନିଜର ବକ୍ତବ୍ୟରେ ବୟସ୍କ ବ୍ୟକ୍ତିମାନଙ୍କୁ ସାମାଜିକ ମୂଲ୍ୟବୋଧ, ସରକାରଙ୍କ ଯୋଜନା ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନ କରିଥିଲେ ।
ଏହି ସଭାରେ ମାନ୍ୟବର ବିଧାୟକ,ଖଣ୍ଡପଡା ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତିମାନେ କିଭଳି ସେମାନଙ୍କର ସମ୍ମାନ ସହିତ ବଞ୍ଚିବା ସହ ନିଜେ ସୁସ୍ଥ ରହିବେ ସେ ବାବଦରେ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମଧ୍ଯ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ଶ୍ରୀଯୁକ୍ତ ପରମାନନ୍ଦ ଦଳେଇ, IIC ଇଟାମାଟି cyber ସୁରକ୍ଷା ଓ ଶ୍ରୀଯୁକ୍ତ ଶରତ କୁମାର ସାହୁ ,
