ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ


ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ତାଲୁକା ଆଇନ ସେବା କମିଟି ଓ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଗୁରୁବାର ସମିତି ସଭା କକ୍ଷରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ପରିଚାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ସବ୍ ଜର୍ଜ ସଙ୍ଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁଶ୍ରୀ ସାଗରିକା ଷଢ଼ଙ୍ଗୀ, ବରିଷ୍ଠ ନାଗରିକ ସଂଘ ସଭାପତି ସୁବାସ ଚନ୍ଦ୍ର ପୋଲେଇ,ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ,

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ପ୍ରୋବସନ୍ ଓଡ଼ିଶା ପ୍ରଶାସନିକ ଅଧିକାରୀଣୀ ଓ ଆଇନଜୀବି ଦ୍ଵିତିକୃଷ୍ଣ ସାବତ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରଚଳିତ ଥିବା ଆଇନ ସେବା , ସରକାରୀ ସହାୟତା, ବିଭିନ୍ନ ଭତ୍ତା, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ପ୍ରତି ଗୁରୁବାର ବରିଷ୍ଠ ନାଗରିକଙ୍କ ଚିକିତ୍ସା ସେବା ପାଇଁ ଏକ ସ୍ୱତନ୍ତ୍ର କୋଠରୀ ସହ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ତିମରେ ଆପଣ ଏକା ନୁହଁନ୍ତି, ଆମେ ସମସ୍ତେ ଆପଣଙ୍କ ସହ ଅଛୁ ବୋଲି ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ଅତିଥୀ ମାନେ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଆଶା ଦିଦି ଏବଂ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।

Exit mobile version