ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ମାଲଗୋଦାମ ପୋଲିସର ବଡ଼ ସଫଳତା JP କଏଲ ଚୋରି ମାମଲାରେ ୨ ଗିରଫ, ୧୭ ବଣ୍ଡଲ କଏଲ ଜବତ କରିଛି । ଏହି ଘଟଣାରେ କଟକ ମାଲଗୋଦାମ ଥାନା ପୋଲିସ ୨ ଅଭିଯୁକ୍ତ ଜ୍ୟୋତି ରାଓ ଓ ସୁରେଶ ରାଓଙ୍କୁ ଗିରଫ କରିଛି। ପେଲିଗ୍ରାମ ରୋଡ୍‌ସ୍ଥିତ ଶଙ୍କର ଷ୍ଟିଲ୍‌ କର୍ପୋରେସନର ତାଲା ଭାଙ୍ଗି ୮ ବଣ୍ଡଲ ଜିପୀ କଏଲ ଓ ୩୦ ହଜାର ଟଙ୍କା ଚୋରି ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ୍‌ରୁ ହାତରେ ଥିବା ଟାଟୁ ଚିହ୍ନ ଆଧାରରେ ଜ୍ୟୋତିଙ୍କୁ ଚିହ୍ନଟ କରାଯାଇଥିଲା ।

ପରେ ଉଭୟଙ୍କ ସୂଚନା ଆଧାରରେ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ପାଟିପୁରରୁ ୧୭ ବଣ୍ଡଲ GP କଏଲ OD-05-AK-0496 ନମ୍ବର ଅଟୋରିକ୍ସା ଜବତ ହୋଇଛି । ଏହି ଅଭିଯୁକ୍ତମାନେ ପୂର୍ବରୁ ଲେଙ୍କା ଷ୍ଟିଲ୍‌ସରୁ GP କଏଲ ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Exit mobile version