ଆଦର୍ଶ ବିଦ୍ୟାଳୟର ସ୍ପାର୍କ-୨୦୨୬ ଅନୁଷ୍ଠିତ


ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସ୍ପାର୍କ ୨୦୨୬ ମଙ୍ଗଳବାର ବାଲୁଖଣ୍ଡ ସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲାର ୧୧ ଟି ବ୍ଳକରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପୁରୀଜିଲ୍ଲା ଓଏଭିଏସର ନୋଡାଲ ଅଧ୍ୟକ୍ଷ ଡ ନୀଳମାଧବ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର ଯୋଗଦେଇ କହିଲେ ପିଲାଟି ଦିନରୁ ବିଦ୍ଯା ଅଧ୍ୟୟନରେ ଲକ୍ଷ ରଖିବା ସହ ଦେଶର ଉର୍ନ୍ନତି ପାଇଁ ଚିନ୍ତନ କରିବା ଆବଶ୍ୟକ ରହିଛି ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଉମାକାନ୍ତ ସ୍ବାଇଁ, ପିପିଲି ଗୋବିନ୍ଦପୁର ଓଏଭି ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳ,ସତ୍ୟବାଦୀର ବିଶ୍ବନାଥ ପାଢୀ, ନିମାପଡାର ସଞ୍ଜୟ କୁମାର ଦାସ,ବ୍ରହ୍ମଗିରି ର ମୋହନ ରାଉତ ଆଦି ଓଏଭି ଅଧ୍ୟକ୍ଷ ମାନେ ଯୋଗଦେଇ ଆଦର୍ଶ ଶିକ୍ଷା ବ୍ଯବସ୍ଥା ଓ ଆଦର୍ଶ ଛାତ୍ର ଭାବେ ପ୍ରତିଷ୍ଠିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାସ୍ତରୀୟ ବକ୍ତୃତା, ବିତର୍କ, ଚିତ୍ରାଙ୍କନ, ସଂଗୀତ, କବିତା ଆବୃତି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସାଇ ଶିବାନୀ ଭୂୟାଁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ । କାକଟପୁର ଓଏଭିର ସଂସ୍କୃତ ଶିକ୍ଷକ ସୁମନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Exit mobile version