ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନକl ଉଚ୍ଛବ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡିବ୍ଲକ ଅଧୀନରେ ଥିବା 170 ଟି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନକl ଉଚ୍ଛବ ପାଳିତ ହୋଇଯାଇଛି l ଏହି ଉଚ୍ଛବ ତିନିଦିନ ପାଳିତ ହୋଇ ମଙ୍ଗଳବାର ଶେଷ ହୋଇଛି l ଏହି ପୋଷଣ ମାସରେ ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ,

 

ପିଲାମାନଙ୍କ ପିତା ମତା ଙ୍କ ସହିତ ମାତୃକମିଟି ମେମ୍ବର ମହିଳା ମୋର୍ଚ୍ଚା ସଭ୍ୟା ଶିଶୁ ବିକାଶ ଯୋଜନା କର୍ମକର୍ତ୍ତା ଯୋଗଦେଇଥିଲେ l କେନ୍ଦ୍ର ପରିସରରେ ପିତା ମତା ଙ୍କ ଦ୍ୱାରା ପୁଷ୍ଟିକର ପାରମ୍ପରିକ ପିଠା ପ୍ରଦର୍ଶନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଧନେଶ୍ୱରୀ ନାୟକ ଶିଶୁମାନଙ୍କ ପ୍ରତି ପୋଷଣ ଉପକାରିତା ଓ ଶିଶୁମାନେ ଯେପରି କୁ ପୋଷଣର ଶିକାର ହେବେନାହିଁ

 

ସେଥିନିମନ୍ତେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାଉପରେ ଶିଶୁମାନଙ୍କ ପିତା ମାତା ଓ ମହିଳା ମାନଂକୁ ବୁଝାଇଥିଲେ l ଏଥିରେ ଶିଶୁ ବିକାଶ ଅଧିକାରିଣୀ ଧନେଶ୍ୱରୀ ନାୟକ ଙ୍କ ସହ ସୁପର ଭାଇଜର ପ୍ରିୟଙ୍କା ପଟ୍ଟନାୟକ, ବିଜୟ ଲଷ୍ମୀ ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ସହାୟକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ଅଙ୍ଗନବାଡି କେନ୍ଦ୍ର ମାନ ପରିଦର୍ଶନ କରିଥିଲେ l

Exit mobile version