ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ


ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମଙ୍ଗଳବାର ସ୍ଥାନୀୟ ତରିକୁନ୍ଦ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୁଲ୍ୟରେ ରେ ରାଷ୍ଟ୍ରୀୟ ହିନ୍ଦୀଦିବସ ଜିଲ୍ଲା ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବ ରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେଶବ ମେହେର ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମଲ୍ଲିକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ମୁଖ୍ୟ ବକ୍ତା ଶ୍ରୀମତୀ ପ୍ରୀତିମଞ୍ଜରୀ ଭୂୟାଁ ପ୍ରଧାନ ଶିକ୍ଷକ ତରିକୁନ୍ଦ ହାଇସ୍କୁଲ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁକାନ୍ତ କୁମାର ବାରିକ ଶିକ୍ଷାବିତ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବିଜ୍ଞନ କୁମାର ବିଶ୍ୱାଳ,

ପ୍ରଶାନ୍ତ କୁମାର ମହାପାତ୍ର ଏବଂ ସେବା ନିବୃତ ବରିଷ୍ଠ ହିନ୍ଦୀ ଶିକ୍ଷକ ସମ୍ମାନିତ ଅତିଥି ଭାବେ ଉପସ୍ଥିତି ରହି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରି ଉତ୍ସବ ଉଦଘାଟନ କରିଥିଲେ. ହିନ୍ଦୀ ଭାଷା ର ମର୍ଯ୍ୟାଦା ଓ ଅସ୍ମିତା ସ୍ୱାଭିମାନ ବଜାୟ ରଖିବାକୁ ଅତିଥି ମାନେ ମତବ୍ୟକ୍ତ ରଖିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶ୍ରୀମତୀ ଦୀପ୍ତି ମୟୀ ସେନାପତି ଅତିଥି ପରିଚୟ ପ୍ରଦାନ ଏବଂ ପ୍ରଦୀପ୍ତ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ. ଗତ ବର୍ଷ ମାଟ୍ରିକ ପରୀକ୍ଷା ରେ ତୃତୀୟ ଭାଷା ହିନ୍ଦୀ ରେ 95%ରୁ ଅଧିକ ନମ୍ବର ରଖି ଗ୍ରେଡ଼ A1 ରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ଏବଂ ଜିଲ୍ଲା ର ସେବାନିବୃତ୍ତ 10 ଜଣ ହିନ୍ଦୀ ଶିକ୍ଷକ ଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା.

ପରିଶେଷରେ ଜଗତସିଂହପୁର ଜିଲ୍ଲା ର ହିନ୍ଦୀ ଶିକ୍ଷକ ସାଙ୍ଗଠନିକ ନିର୍ବାଚନ କରାଯାଇଥିଲା. ନିମ୍ନ କର୍ମକର୍ତ୍ତା ମାନଙ୍କୁ ମନୋନୟନ କରାଯାଇଥିଲା. ସଭାପତି ଶ୍ରୀମତୀ ତବଶୁମା ଆରା, ଉପ ସଭାପତି ତାରାକାନ୍ତ ହୋତା, ପ୍ରଶାନ୍ତ କୁମାର ପ୍ରଧାନ, ଅନ୍ତର୍ଯ୍ୟାମୀ ନାୟକ, ବିକ୍ରମ କୁମାର ମହାନ୍ତି, ସାଧାରଣ ସମ୍ପାଦକ -ସୁଧୀର କୁମାର ନାୟକ, ସହ ସମ୍ପାଦକ -ଅକ୍ଷୟ କୁମାର ଦାସ, ଯୁଗ୍ମ ସମ୍ପାଦକ – ଅନିତା ମହାରଣା,ଲିଜାରାଣୀ ପରିଡା ସଂଗଠନ ସମ୍ପାଦକ – ନିରଞ୍ଜନ ତ୍ରିପାଠୀ ଏବଂ କୋଷାଧକ୍ଷ ପ୍ରଭାତ କୁମାର ଦାଶ ଙ୍କୁ ମନୋନୀତ କରିବା ସହିତ ଉପଦେଷ୍ଟା କମିଟି ରେ ପ୍ରତାପ ଚନ୍ଦ୍ର ରାଉତରାୟ, ପ୍ରଶାନ୍ତ କୁମାର ମହାପାତ୍ର, ସୁକାନ୍ତ କୁମାର ବାରିକ,ବିଜ୍ଞାନ କୁମାର ବିଶ୍ଵାଳ, ବାବାଜି ଚରଣ ସାହୁ, ପ୍ରଦୀପ କୁମାର ବାରିକ,ଙ୍କୁ ମନୋନୀତ କରାଯାଇଥିଲା | ମନୋଜ କୁମାର ବାରିକ, ଜଗଦୀଶ ସ୍ୱାଇଁ, ସତ୍ୟ ନିରଞ୍ଜନ ଚୌଧୁରୀ, ଅକ୍ଷୟ ବଲ୍ଲଭ ଦାଶ, ବାବାଜୀ ସାହୁ, ଦିଲ୍ଲୀପ କୁମାର ବାରିକ, ସସ୍ମିତା ମାଝୀ, ରାମନାରାୟଣ ନାୟକ, ପ୍ରଦୀପ୍ତ ସ୍ୱାଇଁ, ପ୍ରଣତି ହୋତା, କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ.

Exit mobile version