ତାରସିଂ ରେଞ୍ଜରେ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ – ଭଞ୍ଜନଗର

ଓଡ଼ିଶା ତାଜା ନ୍ୟୁଜ ( ୦୪ ଅକ୍ଟୋବର ରବିବାର ) ଭଞ୍ଜନଗର :- ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତାରସିଂ ରେଞ୍ଜ ରେ ଆଜି ୬୬ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ACF ଏମ. ମୋତିଲାଲ ଓ ରେଞ୍ଜର ଆଶାଲତା ଦିଗାଲ ଉପସ୍ଥିତ ରହି କହିଥିଲେ ଯେ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ,ସଂବୃଦ୍ଧି ଓ ସଂରକ୍ଷଣ ରେ ଜନସାଧାରଣ ଏବଂ ସାମାଜିକ ସଂଗଠନ ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଆମେ ସମସ୍ତେ ମିଳିମିଶି ଏହାକୁ ରକ୍ଷା କରିବା ।

ଏହି ଅବସରରେ ବନ୍ୟପ୍ରାଣୀ ସପ୍ତାହ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଆରମ୍ଭ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ତାରସିଂ ଫରେଷ୍ଟର ଦିଲ୍ଲୀପ କୁମାର ଦାସ, ଗୋଗଡା ଫରେଷ୍ଟର ଅନୁପ ବିଷୋୟୀ, ଗୟାଗଣ୍ଡା ଫରେଷ୍ଟର ମାନସ ପ୍ରଧାନ ଙ୍କ ସମେତ ସମସ୍ତ ରେଞ୍ଜର ଓ ଫରେଷ୍ଟର ମାନେ ଉପସ୍ଥିତ ଥିଲେ । (ରିପୋର୍ଟ- ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version