ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ମହାନଗର ନିଗମ ୫୯ ନମ୍ବର ଓ୍ୱlର୍ଡ ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମର ମା’ଖରାଖାଇ ଗଣେଶ ପୂଜା କମିଟି ଗଣେଶ ପୂଜାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଜା,ବାଣ,ରୋଷଣୀ ମଧ୍ୟରେ ଗଣେଶ ମୂର୍ତ୍ତି ପୂଜା ମଣ୍ଡପରୁ ବାହାରି ଗ୍ରାମ ପରିକ୍ରମା କରି ଶାନ୍ତିଶୃଙ୍ଖଳାର ସହ ପ୍ରଶାସନର ସମସ୍ତ ପ୍ରକାର କଟକଣାକୁ ପାଳନ କରି ଶୋଭାଯାତ୍ରାରେ ଯାଇ ନିକଟସ୍ଥ ପୁଷ୍କରିଣୀରେ ଵିସର୍ଜିତ ହୋଇଥିଲା। ଆୟୋଜିତ ଶୋଭାଯାତ୍ରାରେ ଗ୍ରାମର ମୁରଵୀ ନବ କିଶୋର ଦଳାଇ,ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର,

ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ, ହେମନ୍ତ ଦଳାଇ,ପ୍ରଶାନ୍ତ ଦଳାଇ,ଭାଗ୍ୟଧର ଦଳାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଗଭଙ୍ଗା ଗ୍ରାମର ଦୀପକ ଦଳାଇ, ସୁଶାନ୍ତ ଦଳାଇ, ସୁନୀଲ ଭୂୟାଁ,ଵିଭୃପ୍ରସାଦ ଦଳାଇ,ବବୁଲ ମହାନ୍ତି, ମୁକେଶ ସ୍ୱାଇଁ, ସୁପ୍ରଭାତ ଦଳାଇ,ସୈlମ୍ୟ ରଞ୍ଜନ ମହାନ୍ତି,ସୁବ୍ରତ ଦଳାଇ,ସୈlମ୍ୟ ରଞ୍ଜନ ଦଳାଇ, ଜ୍ୟୋତିପ୍ରକାଶ ଦଳାଇ, ରାକେଶ ଭୂୟାଁ,ପିୟୁଷ ରଞ୍ଜନ ମହାପାତ୍ର,ପ୍ରଭାତ ଦଳାଇ, ଶମ୍ଭୁନା ଦଳାଇ, ଜ୍ୟୋତି ରଞ୍ଜନ ଭୂୟାଁ, ରାଜେଶ ଦଳାଇ, ରମେଶ ଦଳାଇ ଯୋଗଦେଇ ଭସାଣୀ ଶୋଭାଯାତ୍ରାକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

Exit mobile version