Home ଓଡ଼ିଶା ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana 49 minutes ago Share on FacebookShare on TwitterWhatsapp କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଷ୍ଟଲ୍, ଖାଦ୍ୟ, ମନୋରଞ୍ଜନ, ସରକାରୀ ଓ କର୍ପୋରେଟ୍ ଜୋନ୍କୁ ଗୁରୁତ୍ୱ ବାଲିଯାତ୍ରାରେ । ଆଉ କିଛିଦିନ ପରେ କଟକର ମହାନଦୀ କୂଳରେ ଜମିବ ଐତିହାସିକ ବାଲିଯାତ୍ରାର ଆସର। ଏହାକୁ ନେଇ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତିର ରୂପରେଖ ଚୂଡ଼ାନ୍ତ ହେବାରେ ଲାଗିଛି। ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଓ ବିଭିନ୍ନ ସରକାରୀ-ବେସରକାରୀ ପ୍ରଦର୍ଶନୀକୁ ଦୃଷ୍ଟିରେ ରଖି ପଡ଼ିଆକୁ ଏକ ସୁସଂଗଠିତ ଲେଆଉଟ୍ରେ ବିକଶିତ କରିବାର ଯୋଜନା କରାଯାଇଛି । ଅତିରିକ୍ତ ଜିଲ୍ଲପାଳ କମଲଜିତ ଦାସ ଓ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନଙ୍କ ସହ ଏକ ଟିମ ଏହାର ନେତୃତ୍ୱ ନେଉଛନ୍ତି।ବିଭିନ୍ନ ବର୍ଗର ବ୍ୟବସାୟିକ ଷ୍ଟଲ୍, ଖାଦ୍ୟ ଷ୍ଟଲ୍, ସରକାରୀ ଷ୍ଟଲ୍, ମନୋରଞ୍ଜନ କ୍ଷେତ୍ର, ଭେଣ୍ଡିଂ ଜୋନ୍, କର୍ପୋରେଟ୍ ଜୋନ ଓ ବିଭିନ୍ନ ବିଭାଗୀୟ ବ୍ୟବସ୍ଥା ପାଇଁ ଉପର ବାଲିଯାତ୍ରା ପଡ଼ିଆକୁ ଯୋଜନାବଦ୍ଧ ଭାବେ ବିଭକ୍ତ କରାଯାଇଛି। ପ୍ରସ୍ତୁତ ଲେ-ଆଉଟ ଅନୁସାରେ, ଉପର ବାଲିଯାତ୍ରା ପଡ଼ିଆର ପ୍ରାୟ ୧,୯୩,୩୦୦ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ଆଲଟମେଣ୍ଟ କରାଯିବ । ପଡ଼ିଆର ବିଭିନ୍ନ ଅଞ୍ଚଳକୁ ୟୁଏ, ୟୁବି , ୟୁସି , ୟୁ ଡି,, ୟୁ ଇ , ୟୁଫ୍ , ୟୁ ଜି , ୟୁଏଚ , ୟୁଆଇ , ୟୁଜେ ଓ ୟୁକେ ଭଳି ବ୍ଲକ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ବ୍ଲକ୍ର ବ୍ୟବହାର ଓ ଷ୍ଟଲ୍ର ଆକାର ଅନୁଯାୟୀ ଏହାର ଯୋଜନା କରାଯାଇଛି। ଶୃଙ୍ଖଳିତ ଭାବେ ରହିବ ଖାଦ୍ୟ ଓ ଅଣଖାଦ୍ୟ ଷ୍ଟଲ୍ ଉପର ବାଲିଯାତ୍ରା ପଡ଼ିଆରେ ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ୍ ପାଇଁ ପୃଥକ ବ୍ଲକ୍ର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ଷ୍ଟଲ୍ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ବ୍ଲକ୍ ଚିହ୍ନଟ କରାଯାଇଛି। ୟୁବି ବ୍ଲକ୍ରେ ୨୦ ଫୁଟ୍ × ୧୫ ଫୁଟ୍ ଆକାରର ୪୦ଟି ଖାଦ୍ୟ ଷ୍ଟଲ୍ ଏବଂ ୟୁଫ୍ ବ୍ଲକ୍ରେ ୧୦ ଫୁଟ୍ × ୧୫ ଫୁଟ୍ ଆକାରର ୮୦ଟି ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା ରହିଛି। ତେବେ ଗତଥର ଆରମ୍ଭ କରାଯାଇଥିବା ଦହିବରା ହାଟ ଚଳିତ ଥର ଉପର ପଡିଆରେ ରହିବ । ୟୁ ଜେ ବ୍ଲକ୍ରେ ମଧ୍ୟ ୩୦ ଫୁଟ୍ × ୩୦ ଫୁଟ୍ ଆକାରର ୧୪ଟି ବଡ଼ ଷ୍ଟଲ୍ ପାଇଁ ବ୍ୟବସ୍ଥା ରହିଛି। ୟୁ ଏ ବ୍ଲକ୍ରେ ବଡ଼ ଅଣଖାଦ୍ୟ ଷ୍ଟଲ୍ ପାଇଁ ୪୦ ଫୁଟ୍ × ୫୦ ଫୁଟ୍ ଆକାରର ୧୧ଟି ପ୍ଲଟ୍ ରହିଛି। ଅନ୍ୟପକ୍ଷରେ ୟସି, ୟୁ ଡି , ୟୁ ଇ , ୟୁ ଜି , ୟୁଏଚ ଓୟୁ ଆଇ ଭଳି ବ୍ଲକ୍ରେ ମଧ୍ୟ ବିଭିନ୍ନ ଆକାରର ଷ୍ଟଲ୍ର ବ୍ୟବସ୍ଥା ରହିଛି। ଏଥିରେ ୧୦ ଫୁଟ୍ × ୧୫ ଫୁଟ୍ ଆକାରର ଷ୍ଟଲ୍ ମଧ୍ୟ ରହିଛି। ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର ଆମ୍ୟୁଜମେଣ୍ଟ ଜୋନ୍ ଚଳିତ ଥର ଉପର ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୫,୦୦୦ ବର୍ଗଫୁଟ୍ ସ୍ଥାନର ଏକ ସ୍ୱତନ୍ତ୍ର ଆମ୍ୟୁଜମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ମନୋରଞ୍ଜନ ସମ୍ପର୍କିତ କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ଭାବେ ରଖିବାର ଯୋଜନା ଥିବାରୁ ପରିବାର ସହ ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ହେବାର ସୁଯୋଗ ରହିଛି। ସରକାରୀ ଷ୍ଟଲ୍ ପାଇଁ ୩୦ ହଜାର ବର୍ଗଫୁଟ୍ ବାଲିଯାତ୍ରା ଅବସରରେ ସରକାରୀ ବିଭାଗଗୁଡ଼ିକର ଜନସମ୍ପର୍କ ଓ ଲୋକସେବା ସମ୍ପର୍କିତ ପ୍ରଦର୍ଶନୀ ପାଇଁ ମଧ୍ୟ ପଡ଼ିଆରେ ୩୦,୦୦୦ ବର୍ଗଫୁଟ୍ ସ୍ଥାନ ରଖାଯାଇଛି। ସରକାରୀ ଷ୍ଟଲ୍ ପାଇଁ ଜାଗା ଚିହ୍ନଟ ହୋଇଛି। ଏହା ସହ ସ୍ୱତନ୍ତ୍ର ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହି ସ୍ଥାନଗୁଡ଼ିକରେ ବିଭିନ୍ନ ବିଭାଗ ନିଜର ଯୋଜନା, ସେବା, କାର୍ଯ୍ୟକ୍ରମ ଓ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବାର ସୁଯୋଗ ପାଇପାରିବେ। ଭେଣ୍ଡିଂ ଜୋନ୍ରେ ଛୋଟ ବ୍ୟବସାୟୀଙ୍କୁ ସ୍ଥାନ ଛୋଟ ବ୍ୟବସାୟୀ ଓ ଭେଣ୍ଡରମାନଙ୍କ ପାଇଁ ପଡ଼ିଆରେ ଏକ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍ ରହିବ। ଏଥିପାଇଁ ପ୍ରାୟ ୨,୭୦୦ ବର୍ଗଫୁଟ୍ ଅଞ୍ଚଳ ଚିହ୍ନଟ କରାଯାଇଛି । ଏହାଦ୍ବାରା ଭେଣ୍ଡିଂ କାର୍ଯ୍ୟକଳାପକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁସଂଗଠିତ ଭାବେ କରାଯାଇପାରିବା ସହ ଦର୍ଶକଙ୍କ ଯାତାୟାତରେ ବାଧା କମାଇବାରେ ସହାୟକ ହେବ । କର୍ପୋରେଟ୍ ଓ ଏମଏସଏମଇ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଲିଯାତ୍ରାର ବ୍ୟାପକତାକୁ ଦୃଷ୍ଟିରେ ରଖି କର୍ପୋରେଟ୍ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଅଂଶଗ୍ରହଣ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ ହୋଇଛି । ଲେଆଉଟ୍ରେ ପ୍ରାୟ ୧୫,୦୦୦ ବର୍ଗଫୁଟ୍ କର୍ପୋରେଟ୍ ସ୍ପେସ୍ ରଖାଯାଇଛି । ଏହା ବ୍ୟତୀତ ଏମ ଏସ ଏମ ଇ (MSME )ପାଇଁ ପ୍ରାୟ ୧୦,୦୦୦ ବର୍ଗଫୁଟ୍ ସ୍ଥାନ ଚିହ୍ନଟ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଷ୍ଟଲ ଖୋଲିବା ପାଇଁ ମଧ୍ୟ ୫,୦୦୦ ବର୍ଗଫୁଟ୍ ଅଞ୍ଚଳ ଦର୍ଶାଯାଇଛି । ଉପର ବାଲିଯାତ୍ରା ପଡ଼ିଆର ଲେଆଉଟ୍ରେ ବିଭିନ୍ନ ବ୍ଲକ୍କୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବିଭକ୍ତ କରାଯାଇଛି। ଖାଦ୍ୟ, ଅଣଖାଦ୍ୟ, ମନୋରଞ୍ଜନ, ସରକାରୀ ଷ୍ଟଲ୍, କର୍ପୋରେଟ୍ ସ୍ପେସ୍ ଓ ଭେଣ୍ଡିଂ ଜୋନ୍କୁ ପୃଥକ ଭାବେ ଚିହ୍ନଟ କରାଯାଇଥିବାରୁ ସମଗ୍ର ପଡ଼ିଆର ବ୍ୟବହାର ଅଧିକ ଯୋଜନାବଦ୍ଧ ହେବାର ଆଶା ରହିଛି । ଏଥିସହ ଲେଆଉଟ୍ରେ ଫାୟାର୍ ଏବଂ ୱାର୍ଡ ଅଫିସ୍ ଭଳି ଆବଶ୍ୟକ ବ୍ୟବସ୍ଥାର ଉଲ୍ଲେଖ ମଧ୍ୟ ରହିଛି । ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପଡ଼ିଆରେ ଆଲୋକୀକରଣ, ଜଳ ନିଷ୍କାସନ, ଆଭ୍ୟନ୍ତରୀଣ ରାସ୍ତା ଓ ପାର୍କିଂ ଭଳି ମୌଳିକ ବ୍ୟବସ୍ଥାକୁ ସୁଚାରୁ କରିବା ଉପରେ ପ୍ରସ୍ତୁତି ପର୍ଯ୍ୟାୟରେ ଗୁରୁତ୍ୱ ଦିଆଯିବ । ଖାଦ୍ୟ ଓ ବ୍ୟବସାୟିକ ଷ୍ଟଲ୍ଠାରୁ ଆରମ୍ଭ କରି ମନୋରଞ୍ଜନ, ସରକାରୀ ଜନସମ୍ପର୍କ, MSME ଓ କର୍ପୋରେଟ୍ ଅଂଶଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥାକୁ ଏକ ସୁସଂଗଠିତ ଲେଆଉଟ୍ରେ ସ୍ଥାନ ଦିଆଯାଇଥିବାରୁ ଉପର ବାଲିଯାତ୍ରା ପଡ଼ିଆ ଏଥର ଏକ ବହୁମୁଖୀ ଉତ୍ସବସ୍ଥଳୀ ଭାବେ ଉଭା ହେବାକୁ ଯାଉଛି । Categories: ଓଡ଼ିଶା, କଟକ, ହୋମ୍ Related Content "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026 ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026