ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା


ଫୁଲବାଣ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଂଚଳ ଜଣେ ଆଗଧାଡିର ସାମ୍ବାଦିକ ସୁବ୍ରତ ମହାନ୍ତି ଙ୍କ ବିୟୋଗରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱତୀ ଙ୍କ ଦ୍ୱାରା ଏକ ଶ୍ରଦ୍ଧାଞଳି ସଭା ଫୁଲବାଣୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ କନ୍ଧମାଳ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ମହାନ୍ତି, ବୈଦ୍ୟନାଥ ବେହେରା ଓ ଫିରିଙ୍ଗିଆ ପ୍ରେସ୍ କ୍ଲବ୍ ର ସଭାପତି ଉତମ ଖମାରି, ଫିରିଙ୍ଗିଆ ର ଆଗଧାଡିର ସମ୍ବାଦ ଦାତା ହୁରଞନ ସେଠୀ, ମନୋଜ କୁମାର ସାହୁ ଓ ଶୁଶାନ୍ତ ଦିଗାଲ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ସାହସିକତା ଓ ସମ୍ବାଦ ପ୍ରସାରଣ କ୍ଷେତ୍ରରେ ନିର୍ଭିକତା କୁ ଉନ୍ମୋଚନ କରିଥିଲେ ।

ଅନୁଷ୍ଠାନର ବାର୍ଷିକ ସାଧାରଣ ପରିଷଦ ବୈଠକ ରେ ଉପସ୍ଥିତ ସଭ୍ୟ ଲାଲନନ୍ଦ ପ୍ରଧାନ, ମୃତ୍ୟୁଞୟ ବେହେରା, କୋଷାଧକ୍ଷ ସାନ୍ତୋନ କୁମାର ମିଶ୍ର ଓ ଅଧକ୍ଷ ପ୍ରସାନ୍ତ କୁମାର ସତପଥି ମଧ୍ୟ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାଥର୍ନା କରିଥିଲେ । ଏଥି ସହିତ ପ୍ରସ୍ତାବ ଅନୁସାରେ ନିକଟ ଭବିଷ୍ୟତରେ ଫିରିଙ୍ଗିଆ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ସୁବ୍ରତ ମହାନ୍ତି ଙ୍କ ସ୍ମୃତି ଉଦ୍ୟେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଇ ଛାତ୍ର/ଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଥିଲା ।

ତାଙ୍କ ଭଳି ଜଣେ ଯୁବ ପ୍ରତିଭା ଙ୍କ ବିୟୋଗରେ ଫିରିଙ୍ଗିଆ ବାଶି ମର୍ମାହତ ବୋଲି ପ୍ରକାଶ କରି ତାଙ୍କର ପ୍ରତିଭା କୁ ମନେରଖିବା ପାଇଁ ପ୍ରତି ବର୍ଷ ତାଙ୍କ ନାମରେ ବ୍ଲକ୍ ରେ କିଛିନା କିଛି କାର୍ଯ୍ୟକ୍ରମ କରିବା ପାଇଁ ପ୍ରେସ୍ କ୍ଲବ୍ କୁ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର ଦିବଙ୍ଗତ ସାମ୍ବାଦିକ ଶ୍ରୀଯୁକ୍ତ ମହାନ୍ତି ଙ୍କ ର ରେଡିଓ ସ୍ୱାତି ସହିତ ଥିବା ସମ୍ପର୍କ ଓ ତାଙ୍କର ଅନ୍ୟାନ୍ୟ କଳା କୌଶଳ କୁ ବଖାଣିବା ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରର୍ଥନା କରିଥିଲେ ।

Exit mobile version