କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସେବା ପକ୍ଷବାଡ଼ା କାର୍ଯ୍ୟକ୍ରମ ଅବସରରେ ମାଇ ଭାରତ ଗଜପତି ପକ୍ଷରୁ କେ.ସିତପୁର ଗ୍ରାମରେ ଏକ ଗ୍ରାମୀଣ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା । ଗ୍ରାମାଞ୍ଚଳର ଲୋକଙ୍କୁ ସହଜରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିବିରରେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା ।

ଗଣ୍ଠି ଯନ୍ତ୍ରଣା, ଜ୍ୱର ଓ ଅନ୍ୟାନ୍ୟ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟର ଯତ୍ନ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ପୋଷଣ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ।

ମାଇ ଭାରତର ସ୍ୱେଚ୍ଛାସେବୀମାନେ ଶିବିରର ଆୟୋଜନ, ପରିଚାଳନା କରିବା ସହ ଲୋକଙ୍କୁ ସହଯୋଗ କରିବାରେ ସକ୍ରିୟ ଭୂମିକା ନେଇଥିଲେ । ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରତି ଲୋକଙ୍କ ସଚେତନତା ବୃଦ୍ଧି ସହ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବାରେ ଅଧିକ ସକ୍ରିୟ ହେବା ପାଇଁ ପ୍ରେରଣା ମିଳିଛି ।

Exit mobile version